ମିଆଁମାରରେ ସ୍ଥିତି ସଂଗୀନ: ୧୧୮ ଜଣିଆ ମେଡିକାଲ୍ ଟିମ ସହ ଭାରତର ‘ଅପରେସନ ବ୍ରହ୍ମା’ ଆରମ୍ଭ

ନୂଆଦିଲ୍ଲୀ: ମିଆଁମାରରେ ଭୟଙ୍କର ଭୂକମ୍ପରେ ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା । ୭ ଦଶମିକ ୭ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପରେ ଏପର୍ଯ୍ୟନ୍ତ ୧୬୪୪ ଜଣଙ୍କ ଜୀବନ ଯାଇଛି । ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ଉଦ୍ଧାର କାର୍ଯ୍ୟ । ଭୟାବହ ଭୂକଂପରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁସଂଖ୍ୟା ୧୬୪୪ରେ ପହଞ୍ଚିଥିବା ବେଳେ ୩ ହଜାର ୮୦୪ ଜଣ ଗୁରୁତର ହୋଇଛନ୍ତି ।  ଏବେବି ୧୩୯ ଜଣ ନିଖୋଜ ଅଛନ୍ତି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ । ସେପଟେ ପ୍ରଳୟଙ୍କାରୀ ଭୂକମ୍ପ ପରେ ମିଆଁମାରରେ ସ୍ଥିତି ସଂଗୀନ ହେବାରେ ଲାଗିଛି ।  ଏହାରି ଭିତରେ ସହାୟତାର ହାତ ବଢ଼ାଇଛି ଭାରତ । ଅପରେସନ ବ୍ରହ୍ମାରେ ମ୍ୟାମାରକୁ ରିଲିଫ ପଠାଇଛି ଭାରତ।  ମ୍ୟାମାରକୁ ଭାରତୀୟ ବାୟୁସେନାର C 130 ବିମାନ ମ୍ୟାଁମାରର ଦ୍ବିତୀୟ ବୃହତ ସହର ନାପିଡୋରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ପାଇଁ ସନ୍ଧାନୀ କୁକୁର ସହ NDRF ଟିମ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛି । ସେହିପରି ଭାରତ ଅପରେସନ ବ୍ରହ୍ମା ଅନ୍ତର୍ଗତ ଏକ ସ୍ପେଶାଲ ମେଡିକାଲ ଟାସ୍କ ଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛି ।  ଲେଫ୍ଟନାଣ୍ଟ କର୍ଣ୍ଣେଲ ଜଗନିତ ଗିଲଙ୍କ ନେତୃତ୍ବରେ ୧୧୮ ସଦସ୍ୟ ବିଶିଷ୍ଟ ମେଡିକାଲ ଟିମ ମିଆଁମାର ଗସ୍ତ କରିଛି । ଏହି ଅପରେସନରେ ଭାରତୀୟ ସେନା ଆହତ ଲୋକଙ୍କୁ ତତ୍କାଳ ଚିକିତ୍ସା ଦେବା ପାଇଁ ୬୦ ଶଯ୍ୟା ବିଶିଷ୍ଟ ମେଡିକାଲ୍ ଟ୍ରିଟମେଣ୍ଟ ସେଣ୍ଟର ସ୍ଥାପନ କରିବେ ।  ଏହି କେନ୍ଦ୍ର ସ୍ଥାନୀୟ ସ୍ଵାସ୍ଥ୍ୟ ବ୍ୟବସ୍ଥାକୁ ମଜବୁତ କରିବାରେ ବିଶେଷ ସହାୟକ ହେବ । ଏପଟେ ଭୂକମ୍ପରେ ମ୍ୟାଁମାରରେ ରହୁଛଥିବା ଭାରତୀୟ ସମୁଦାୟର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।  ଗତକାଲି ପ୍ରଧାନମନ୍ତ୍ରୀ ମୋଦି ଙ୍କ ସହ ଫୋନରେ କଥା ହୋଇଥିଲେ ।  ଦୁଃଖଦ ସମୟରେ ଭାରତ ମ୍ୟାମାର ସହ ଅଛି ବୋଲି ମୋଦି କହିଛନ୍ତି ।  ସେହିପରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ପ୍ରତିଶ୍ରୁତି ଦେଇଛନ୍ତି ଯେ ସେ ଭୂକମ୍ପଗ୍ରସ୍ତ ମିଆଁମାରକୁ ସହାୟତା ଯୋଗାଇ ଦେବେ ।

Related Articles

Leave a Reply

Your email address will not be published. Required fields are marked *

Back to top button