ଆଦର୍ଶ ଗ୍ରୁପ୍‌ ଚିଟ୍‌ଫଣ୍ଡ ଠକେଇ ମାମଲା: ଦୁଇ ଜଣଙ୍କ ଘରେ ଇଡି ରେଡ୍‌

ଭୁବନେଶ୍ବର: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଞ୍ଚଳର ନତକାଇ ଓ ରାମକୃଷ୍ଣପୁର ଦୁଇ ଜଣ ବ୍ୟକ୍ତିଙ୍କ ଘରେ ଇଡି ରେଡ । ଆଦର୍ଶ ଗ୍ରୁପ ଚିଟଫଣ୍ଡ ଠକେଇ ମାମଲାରେ ପ୍ରବର୍ତନ ନିର୍ଦେଶଳୟ ଚଢ଼ାଉ କରିଛି । ନତକାଇ ଗ୍ରାମ ପଂଚାୟତର ବିଜୟ ରାଉତ ଓ ରାମକୃଷ୍ଣପୁର ପଂଚାୟତ ଜିତେନ୍ଦ୍ର ଓଝାଙ୍କ ଘରେ ସକାଳୁ ସକାଳୁ ଚଢ଼ାଉ କରିଛି ଇଡି । ସେମାନଙ୍କ ଘରେ ବିଭିନ୍ନ କାଗଜପତ୍ର ଯାଞ୍ଚ କରିବା ସହ ପଚରା ଉଚରା କରିଛି । ଏହାପରେ ଜିତେନ୍ଦ୍ର ଓଝାଙ୍କୁ ନିଜ ସହ ନେଇଚି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାସହ ଏହି କମ୍ପାନିର ବହୁ କର୍ମଚାରୀଙ୍କ ଘରେ ଏକାଧିକ ଜାଗାରେ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଏହି ଖୋଳତାଡ଼ରେ ଦୁଇଟି ଟିମର ୮ ଜଣ ଅଫିସର ସାମିଲ ହୋଇଛନ୍ତି । ସୂଚନା ଅନୁଯାୟୀ ୨୦୧୪ରେ ସିବିଆଇ କେଶ ଆଧାରରେ ଇଡି ଆଜି ଯାଞ୍ଚ ପ୍ରକିୟା ଜାରି ରଖିଛି । ଆଦର୍ଶ ଗ୍ରୁପର ମୁଖ୍ୟ କୁହାଯାଉଥିବା ବିଜୟ ରାଉତକୁ ସେହି ସମୟରେ ଚିଟ୍‌ଫଣ୍ଡ ଅର୍ଥ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button