କେରଳ ଡଙ୍ଗା ଦୁର୍ଘଟଣା: ୩ ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୧ ମୃତ

ନୂଆଦିଲ୍ଲୀ: କେରଳରେ ଏକ ଡବଲ୍ ଡେକର୍ ଟୁରିଷ୍ଟ ଡଙ୍ଗା ବୁଡ଼ିଯିବା ଫଳରେ ଅତି କମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଦୁର୍ଘଟଣା ରବିବାର ବିଳମ୍ବିତ ରାତିରେ ମଲପୁରମ୍ ଜିଲ୍ଲାର ତନୁରରେ ଘଟିଥିଲା। ରାତିସାରା ଦୁର୍ଘଟଣାଗ୍ରସ୍ତ ଡଙ୍ଗାରୁ ରାହାତ କାର୍ଯ୍ୟ ଜାରି ରହିଥିଲା। ଜାହାଜକୁ ସ୍ଥିର କରିବା ପାଇଁ ଦଉଡି ବ୍ୟବହାର କରାଯାଉଥିଲା। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଡଙ୍ଗାରେ ପ୍ରାୟ ୩୦ ଜଣ ଲୋକ ଥିଲେ। ସେଥିରୁ ୨୨ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୧୫ ଜଣ ମହିଳା ଓ ୭ ଜଣ ପୁରୁଷ ଥିଲେ। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ତିନି ଶିଶୁଙ୍କ ସମେତ ଗୋଟିଏ ପରିବାରର ୧୧ ଜଣଙ୍କର ମୃତ୍ୟୁ ଘଟିଛି।



