ଫାଟିଲା ଗ୍ୟାସ ସିଲିଣ୍ଡର୍

ଭୁବନେଶ୍ବର: ବାଲେଶ୍ବର ସହରରେ ଫାଟିଲା ଗ୍ୟାସ ସିଲିଣ୍ଡର। ଏହାର ଶବ୍ଦ ଏତେ ଜୋରରେ ହୋଇଥିଲା ଯେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇପଡ଼ିଥିଲେ। ଅନେକ ଲୋକ ଭୟରେ ଘରୁ ପଦାକୁ ବାହାରି ଆସିଥିଲେ। କେ
Video Player
00:00
00:00
ହି କେହି ବୋମା ବିସ୍ଫୋରଣ ବୋଲି ଭାବି ନେଇଥିଲେ। ପ୍ରକାଶ ଯେ ସହରର ଝାଡେଶ୍ୱର ମନ୍ଦିର ନିକଟରେ ମନ୍ଦିର ପୂଜକଙ୍କ ଘରେ ନିଆଁ ଲାଗି ଗ୍ୟାସ ସିଲିଣ୍ଡର ଫାଟିଛି। ଏଠାରେ ଯେଉଁ ଗ୍ୟାସ ସିଲିଣ୍ଡର ଫାଟିବା ବେଳର ଦୃଶ୍ୟ କ୍ୟାମେରା ରେକର୍ଡ ହୋଇଛି, ତାହାକୁ ଦେଖିଲେ ବିସ୍ଫୋରଣର ପ୍ରଭାବ ସହଜରେ ବାରି ହୋଇପଡ଼ୁଛି। ତେବେ ଘଟଣା ସମୟରେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପରିବାରର ସଦସ୍ୟ।