ଆଜି ସଂସଦର ସ୍ୱତନ୍ତ୍ର ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ (ଡିଲିମିଟେସନ୍) ଏବଂ ମହିଳା ସଂରକ୍ଷଣ ବିଲ୍ ଭଳି ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଆଗତ ହେବାର ସମ୍ଭାବନା ରହିଛି। ଏଥିପାଇଁ ବିଜେପି ନିଜର ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ ‘ହ୍ୱିପ୍’ ଜାରି କରିଛି। ଅନ୍ୟପଟେ, ‘ଇଣ୍ଡି’ ମେଣ୍ଟ ଡିଲିମିଟେସନ୍ ପ୍ରକ୍ରିୟାକୁ ବିରୋଧ କରିବା ନେଇ ରଣନୀତି ପ୍ରସ୍ତୁତ କରିଛି। ଉଲ୍ଲେଖଯୋଗ୍ୟ ଯେ, ଡିଲିମିଟେସନ୍ ପ୍ରସଙ୍ଗକୁ ନେଇ ଉତ୍ତର ଓ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକ ମଧ୍ୟରେ ବିବାଦ ତେଜିବାରେ ଲାଗିଛି, ଯେଉଁଥିପାଇଁ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଏହାକୁ ପ୍ରବଳ ବିରୋଧ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button