ରାଷ୍ଟ୍ରୀୟ ଏକତା ଦିବସ, ବଲ୍ଲଭ ଭାଇ ପଟେଲଙ୍କୁ ମୋଦୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଆଜି ରାଷ୍ଟ୍ରୀୟ ଏକତା ଦିବସ। ମହାନ ରାଷ୍ଟ୍ରନୀତିଜ୍ଞ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସ। ଏହି ଅବସରରେ ତାଙ୍କୁ କୃତଜ୍ଞ ରାଷ୍ଟ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗୁଜୁରାଟ ଗସ୍ତର ଦ୍ୱିତୀୟ ଦିନ। ମଙ୍ଗଳବାର ସକାଳେ ସର୍ଦ୍ଦାର ପଟେଲଙ୍କ ଜନ୍ମ ବାର୍ଷିକୀ ଅବସରରେ ଗୁଜରାଟର କେଭାଡିଆରେ ରାଷ୍ଟ୍ରୀୟ ଏକତା ଦିବସ କାର୍ୟ୍ୟକ୍ରମରେ ଯୋଗଦେବା ସହ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ପହଞ୍ଚି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏଠାରେ ସେ ଦେଶର ପ୍ରଥମ ଗୃହମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ଏକତା ନାଗରରେ ଏକତ୍ରିତ ହୋଇଥିବା ଲୋକଙ୍କୁ ମଧ୍ୟ ସମ୍ବୋଧିତ କରିଛନ୍ତି। ସର୍ଦ୍ଦାର ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଦେଶ ବ୍ୟାପୀ ‘ରନ୍ ଫର ୟୁନିଟି ବା ଏକତାର ଦୌଡ’ଅନୁଷ୍ଠିତ ହେଉଛି ।