ନନ୍ଦନକାନନରେ ହଳଦିଆ ଆନାକୋଣ୍ଡା ମୃତ

ଭୁବନେଶ୍ବର: ନନ୍ଦନକାନନ ସରୀସୃପ ଉଦ୍ୟାନର ୪୬ ନମ୍ବର ଖୁଆଡ଼ରେ ଏକ ଅଣ୍ଡିରା ହଳଦିଆ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ଏହି ସାପର ବୟସ ୧ ବର୍ଷ ୪ ମାସ ହୋଇଥିଲା ବୋଲି ସୂଚନା ମିଳିଛି। ସାପଟି କିଛି ଖିଆପିଆ କରିନଥିଲା ଏବଂ ଗୋଟିଏ ଜାଗାରେ ନିଶ୍ଚଳ ହୋଇ ପଡ଼ିରହିଥିଲା। ଅସୁସ୍ଥ ଖବର ପାଇ ଚିକିତ୍ସକମାନେ ସ୍ୱାସ୍ଥ୍ୟ ପରୀକ୍ଷା କଲାବେଳକୁ ତା’ର ମୃତ୍ୟୁ ହୋଇସାରିଥିଲା। ମୃତ୍ୟୁର କାରଣ ଜାଣିବାକୁ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଅନ୍ତଃନଳୀରେ ଖାଦ୍ୟ ଜମାଟ ବାନ୍ଧି ରହିବା ଓ ସଂକ୍ରମିତ ହେବା କାରଣରୁ ତା’ର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏବେ ନନ୍ଦନକାନନରେ ୪ ବଡ଼ ଓ ୫ ଛୋଟ ଆନାକୋଣ୍ଡା ଅଛନ୍ତି। ସଂକ୍ରମଣ ରୋକିବା ଲାଗି  ଅନ୍ୟ ହଳଦିଆ ଆନାକୋଣ୍ଡାଙ୍କୁ ପ୍ରତିଷେଧକ ଟିକା ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button