ଆଉ ୧୬ ସହରରେ ଜିଓ ୫ଜି ସେବା ଆରମ୍ଭ

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ମଙ୍ଗଳବାର ଦେଶର ଆଉ ୧୬ ସହରରେ ଟ୍ରୁ ୫ଜି ସେବା ପ୍ରଚଳନ କରାଯାଇଛି । ଏହି ସହରଗୁଡିକ ହେଲା କାକିନାଡା, କୁର୍ନୁଲ (ଆନ୍ଧପ୍ରଦେଶ), ସିଲ୍‌ଚର (ଆସାମ), ଦେବାଙ୍ଗିରି, ଶିବମୋଗା, ବିଦାର, ହୋସ୍‌ପେକଟ୍‌, ଗଡାଗ୍‌-ବେତାଗେରି (କର୍ଣ୍ଣାଟକ), ମାଲାପୁରମ, ପାଲାକ୍କାଡ୍‌, କୋଟ୍ଟାୟାମ, କନ୍ନୁର (କେରଳ), ତିରୁପୁର (ତାମିଲନାଡୁ), ନିଜାମବାଦ, ଖମ୍ମାମ୍ (ତେଲେଙ୍ଗାନା) ଓ ବରେଲୀ (ଉତ୍ତର ପ୍ରଦେଶ) । ଆଜିଠାରୁ ଏହି ସହରରେ ଜିଓ ଉପଭୋକ୍ତାମାନେ କୌଣସି ଅତିରିକ୍ତ ଶୁଳ୍‌କ ନଦେଇ ୧ ଜିବିପିଏସ୍ ଡାଟା ପାଇପାରିବେ । ଏହାକୁ ମିଶାଇ ଏପର୍ଯ୍ୟନ୍ତ ଦେଶର ୧୩୪ ସହରରେ ଜିଓ ୫ଜି ସେବା ଉପଲବ୍ଧ ହୋଇଥିବା କୁହାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button