ପୂରଣ ହେବ ୭୪୮୩ଟି ନର୍ସ ପଦବୀ

ଭୁବନେଶ୍ବର: ନର୍ସ ପଦବୀ ପୂରଣ ପାଇଁ ଫିଟିଲା ବାଟ। ନିଯୁକ୍ତି ପ୍ରକ୍ରିୟା ଉପରେ ଥିବା ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ। ମେ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ହାଇକୋର୍ଟ ପରିବର୍ତ୍ତନ କରିଛନ୍ତି। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଧିଷ୍ଟ ପଦବୀ ସଂରକ୍ଷିତ ରଖାଯିବ। ଅନ୍ୟ ପଦବୀ ଗୁଡିକରେ ସରକାର ନିଯୁକ୍ତି ଦେଇ ପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ଅନ୍ୟ ପକ୍ଷରେ ମୂଳ ମାମଲାର ଫଳାଫଳ ଉପରେ ଆବେଦନକାରୀଙ୍କ ପାଇଁ ସଂରକ୍ଷିତ ପଦବୀର ଭବିଷ୍ୟତ ନିର୍ଭର କରିବ ବୋଲି ହାଇକୋର୍ଟ କହିଛନ୍ତି। ମୋଟ ୭୪୮୩ଟି ନର୍ସ ପଦବୀ ପୂରଣ ହେବ। ୩୦ଟି ଜିଲ୍ଲା ଏବଂ ୩ଟି ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ଉପରେ ରୋକ ଲଗାଇଥିଲେ ହାଇକୋର୍ଟ। କୋଭିଡ ସମୟରେ ନିଯୁକ୍ତି ପାଇଥିବା କିଛି ପାରାମେଡିକାଲ ଷ୍ଟାଫ୍ଙ୍କ ଉପେକ୍ଷା କରାଯାଇ ନୂଆ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । କୋଭିଡ ସମୟରେ ସେମାନେ କାମ କରିଥିବା ଯୋଗୁଁ ନୂଆ ନିଯୁକ୍ତିରେ ସେମାନଙ୍କୁ ଅଗ୍ରାଧିକାର ମିଳୁ ବୋଲି ନିଜ ଆବେଦନରେ ଦର୍ଶାଇଥିଲେ ଆବେଦନକାରୀ । ଗତ ମେ ମାସ ୧ ତାରିଖରେ ନୂଆ ନିଯୁକ୍ତି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ ।