ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀଙ୍କ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଏପ୍ରିଲ ୨୨ ତାରିଖରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସେପଟେ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ସରକାର ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫଙ୍କ ଏକ୍ସ ଆକାଉଣ୍ଟ (ପୂର୍ବ ଟ୍ୱିଟର) ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ ପୂର୍ବରୁ କହିଥିଲେ ଯେ, ପାକିସ୍ତାନ ହାଇ ଆଲର୍ଟ ଏବଂ ଏହାର ସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ। ଏଥିସହ ଚେତାବନୀ ଦେଇଥିଲେ ଯେ, ଯଦି ପାକିସ୍ତାନର ଅସ୍ତିତ୍ଵ ପ୍ରତି ସିଧାସଳଖ ବିପଦ ଆସେ, ତେବେ ଆଣବିକ ଅସ୍ତ୍ର ବ୍ୟବହାର କରାଯାଇପାରେ। ତାଙ୍କ ବିବୃତ୍ତି ପରେ ଭାରତ ସରକାର ଏହି ପଦକ୍ଷେପ ନେଇଛନ୍ତି। ପହଲଗାମ ଆକ୍ରମଣ ପରେ ଭାରତ କ୍ରମାଗତ ଭାବେ ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଭାରତ ସରକାର ପୂର୍ବରୁ ଅନେକ ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଗୃହ ମନ୍ତ୍ରଣାଳୟର ସୁପାରିଶ କ୍ରମେ ଅନେକ ୟୁଟ୍ୟୁବ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଚ୍ୟାନେଲଗୁଡ଼ିକ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ, ଏହାର ସେନା ଏବଂ ସୁରକ୍ଷା ଏଜେନ୍ସି ବିରୁଦ୍ଧରେ ଉତ୍ତେଜିତ, ମିଥ୍ୟା ଏବଂ ବିଭ୍ରାନ୍ତିକର ସୂଚନା ପ୍ରସାର କରୁଥିଲେ। ସରକାର କହିଛନ୍ତି ଯେ, ଏହି ଚ୍ୟାନେଲଗୁଡିକ ଦେଶର ଶାନ୍ତି ଏବଂ ଏକତାକୁ କ୍ଷତି ପହଞ୍ଚାଇପାରେ।

Related Articles

Leave a Reply

Your email address will not be published. Required fields are marked *

Back to top button