ନୂଆବର୍ଷ ପାଇଁ ଗାଇଡଲାଇନ: ରାତି ୧୨ଟା ୩୦ ପରେ ବନ୍ଦ ହୋଇଯିବ ହୋଟେଲ, ବାର

ଭୁବନେଶର,୨୬।୧୨: ଆଇ କେଇଟା ଦିନ ପରେ ବିଦାୟ ନେବ ୨୦୨୩। ଆରମ୍ଭ ହେବ ନୂଆବର୍ଷ ୨୦୨୪। ନୂଆ ବର୍ଷକୁ ଧୁମ ଧାମରେ ପାଳିବା ପାଇଁ ଏବେ ଠୁ ଯୁବପିଢି ପ୍ଲ୍‌ାନିଂ କରିସାରିଲେଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଇଁ କଟକଣା ଲାଗୁ କରିଛି କମିଶନରେଟ ପୋଲିସ । ବାର୍‌ ଓ ହୋଟେଲ ମାଲିକଙ୍କୁ ନେଇ ଡିସିପିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକର ନୂଆବର୍ଷକୁ ନେଇ ଗାଇଡଲାଇନ ପ୍ରସ୍ତୁତ କରାଯାଇଛି। ଗାଇଡଲାଇନ ଅନୁଯାୟୀ, ରାତି ୧୨ଟା ୩୦ ଯାଏ ବାର ଓ ହୋଟେଲ ଖୋଲା ରଖିବାକୁ ଅନୁମତି ଦିଆଯାଇଛି। ହେଲେ ସମ୍ପୃକ୍ତ ହୋଟେଲର ମାଲିକମାନେ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲିବା ପାଇଁ ଅନୁମତି ମାଗିଛନ୍ତି। ତେବେ ଏଥିପାଇଁ ସ୍ବତନ୍ତ୍ର ଅନୁମତି ନେବାକୁ ପଡିବ। ସେହିପରି ହୋଟେଲ ଏବଂ ବାର ପକ୍ଷରୁ ପାର୍କିଂ ପାଇଁ ସତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା ରହିବ। ଏଥିସହ ହୋଟେଲ କିମ୍ବା ବାର ଆସୁଥିବା ଲୋକ ଯେପରି ମାତ୍ରାଧିକ ମଦ୍ୟପାନ ନ କରନ୍ତି ସେଥିପାଇଁ ହୋଟେଲ ଓ ବାର୍‌ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଜାରି ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button