ଦୀପାବଳିରେ ଧମାକା କରିବାକୁ ଆସୁଛି ଟାଇଗର-୩

ମୁମ୍ବାଇ: ଦୀର୍ଘ ଦିନ ପରେ ସଲମାନ ଖାନ ବଡ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ଦୀପାବଳି ଅବସରରେ ତାଙ୍କ ଫିଲ୍ମ ଟାଇଗର–୩ ରିଲିଜ ହେବାକୁ ଯାଉଛି। ଦୀପାବଳିରେ ଭାଇଜାନ ଏକ ଧମାକା ସୃଷ୍ଟି କରିବାକୁ ଯାଉଛନ୍ତି। ଫିଲ୍ମର ଆଡଭାନ୍ସ ବୁକିଂ ମଧ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ତେବେ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଫିଲ୍ମର ପ୍ରଥମ ଶୋ ବିଷୟରେ ସୂଚନା ପ୍ରକାଶ ପାଇଛି। ଏହି ଚଳଚ୍ଚିତ୍ରର ପ୍ରଥମ ଶୋ ଦୀପାବଳିରେ ସକାଳ ୭ଟାରେ ରହିବ। ହଁ, ପ୍ରଶଂସକମାନେ ସକାଳ ୭ଟାରୁ ଟାଇଗର–୩ ଦେଖିପାରିବେ। ଟାଇଗର–୩ ରେ ସଲମାନ ଖାନଙ୍କ ସହ କ୍ୟାଟ୍ରିନା କୈଫ ଏବଂ ଇମ୍ରାନ ହାଶମୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଫିଲ୍ମରେ ଭିଲେନ ଭୂମିକାରେ ଇମ୍ରାନ ହାଶମୀ ନଜର ଆସିବେ। ନକାରାତ୍ମକ ଭୂମିକାରେ ଇମ୍ରାନ ହାଶମୀଙ୍କୁ ଦେଖିବାକୁ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ବାଣିଜ୍ୟ ବିଶ୍ଳେଷକ ତାରନ ଆଦର୍ଶ ଫିଲ୍ମର ପ୍ରଥମ ଶୋ ଏବଂ ଆଡଭାନ୍ସ ବୁକିଂ ବିଷୟରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରିଛନ୍ତି। ସେ ଲେଖିଛନ୍ତି, ସଲମାନ ଖାନ, ଟାଇଗର–୩ ଶୋ ସକାଳ ୭ ଟାରୁ ଆରମ୍ଭ ହେବ । ୧୨ ନଭେମ୍ବର ରବିବାର ସକାଳ ୭ଟାରେ ଶୋ ’ଦେଖାଇବାକୁ ୟଶ ରାଜ ଫିଲ୍ମସ ନିଷ୍ପତ୍ତି ନେଇଛି, ଏବଂ ଅଗ୍ରୀମ ବୁକିଂ ୫ ନଭେମ୍ବରରୁ ଆରମ୍ଭ ହେବାକୁ ଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button