କୃଷକମାନଙ୍କୁ ଆରବିଆଇର ଉପାହାର: ବୃଦ୍ଧି କଲା ବନ୍ଧକ ମୁକ୍ତ ଋଣର ସୀମା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ନିଷ୍ପତ୍ତି ଆଜି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ଆରବିଆଇ ଗଭର୍ଣ୍ଣର ଆଜି ରେପୋ ରେଟ ହ୍ରାସ କରିନାହାଁନ୍ତି ଏବଂ ଏହା ଆପଣଙ୍କ EMI ପାଇଁ ଶସ୍ତା ହେବାର ରାସ୍ତା ଖୋଲିନାହିଁ। ତେବେ ଆରବିଆଇ କୃଷକମାନଙ୍କୁ ଏକ ଉପହାର ଦେଇଛି ଏବଂ ଏହା ଅଧୀନରେ କୃଷକମାନଙ୍କ ପାଇଁ ବନ୍ଧକ ମୁକ୍ତ ଋଣର ସୀମା ବୃଦ୍ଧି କରିଛି। ଆରବିଆଇ ଚାଷୀଙ୍କୁ ବନ୍ଧକ ମୁକ୍ତ ଋଣର ସୀମାକୁ ବର୍ତ୍ତମାନର 1.6 ଲକ୍ଷରୁ 2 ଲକ୍ଷ ଟଙ୍କାକୁ ବୃଦ୍ଧି କରିଛି। ଏଥିରୁ କ୍ଷୁଦ୍ର ଏବଂ ମଧ୍ୟମ କୃଷକମାନେ ଉପକୃତ ହେବେ। ଏହି ଘୋଷଣାର ସ୍ପଷ୍ଟ ଅର୍ଥ ହେଉଛି ବର୍ତ୍ତମାନ ଚାଷୀଙ୍କୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇଁ କୌଣସଡି ବନ୍ଧକ ଦେବାକୁ ପଡିବ ନାହିଁ। ପୂର୍ବରୁ ଏହି ସୀମା 1.6 ଲକ୍ଷ ଟଙ୍କା ଥିଲା, ଅର୍ଥାତ୍ କୌଣସି ବନ୍ଧକ ନ ଦେଇ କୃଷକମାନେ କେବଳ 1.6 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରୁଥିଲେ, ଯାହାର ସୀମା ବର୍ତ୍ତମାନ 2 ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button