ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଏଏସଆଇ ଚିଠି

ପୁରୀ: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ(ଏଏସଆଇ) ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛି । ଗତ ୮ ତାରିଖରେ ଏହି ଚିଠି କରାଯାଇଛି । ଭିତର ରତ୍ନଭଣ୍ଡାର ବିପଦପୂର୍ଣ୍ଣ ଅବସ୍ଥାରେ ରହିଥିବାରୁ ଏହା ସ୍ଥିତି ଅନୁଧ୍ୟାନ ପାଇଁ ଅନୁମତି ଲୋଡ଼ିଛି ଏଏସଆଇ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ ବିଭାଗ, ଏଏସଆଇ ଡିଜିଙ୍କୁ ଓଡିଶାର ଏଏସଆଇ ଅଧିକ୍ଷକ ଚିଠି ଲେଖିଛନ୍ତି । ତେବେ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ଓ ଆଇନ ବିଭାଗର ଅନୁମୋଦନ ପରେ ହିଁ ଭିତର ରତ୍ନଭଣ୍ଡାର ଖୋଲିପାରିବ ଏଏସଆଇ। ଗତ ୨୦୧୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଭିତର ରତ୍ନଭଣ୍ଡାର ଖୋଲାଯିବା ନେଇ ସରକାରଙ୍କ ପକ୍ଷରୁ ଯୋଜନା ହୋଇଥିଲା । ହେଲେ ରତ୍ନଭଣ୍ଡାର ଚାବି ହଜିଯାଇ ଥିବା ନେଇ ଜିଲ୍ଲାପାଳ ସୂଚନା ଦେବା ପରେ ଭିତର ରତ୍ନଭଣ୍ଡାର ଖୋଲାଯାଇ ପାରି ନଥିଲା କିମ୍ବା ସ୍ଥିତି ମଧ୍ୟ ଯାଞ୍ଚ ହୋଇପାରି ନଥିଲା । ତେବେ ଏଏସଆଇର ଚିଠି ପରେ ରାଜ୍ୟ ସରକାର ଭିତର ରତ୍ନଭଣ୍ଡାର ଖୋଲିବା ନେଇ କି ନିଷ୍ପତ୍ତି ନେଉଛନ୍ତି ତାକୁ ଏବେ ଅପେକ୍ଷା ।

Related Articles

Leave a Reply

Your email address will not be published.

Back to top button