ଦିଲ୍ଲୀରେ ଆଜିଠାରୁ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦିଲ୍ଲୀରେ ଆଜିଠାରୁ ନାଇଟ କର୍ଫ୍ୟୁ କରାଯାଇଛି  । ରାତି ୧୦ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ କରାଯିବ । ଅପ୍ରେଲ ୩୦ ପର୍ଯ୍ୟନ୍ତ ଏହା ବଳବତର ରହିବ  । ଦିଲ୍ଲୀରେ କରୋନାର ଚତୁର୍ଥ ପର୍ଯ୍ୟାୟ ସଂକ୍ରମଣ ବୃଦ୍ଧି ପାଇବା ପରେ ଏଭଳି କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି  । ଅପରପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତିଯେ, ବର୍ତମାନର ସ୍ଥିତିରେ ଆମେ ଲକଡାଉନ ପାଇଁ ଚିନ୍ତା କରିନାହୁଁ  । ସରକାର ସ୍ଥିତିର ଅନୁଧ୍ୟାନ କରୁଥିବାବେଳେ ସବୁଦିଗକୁ ଅନୁଶୀଳନ କରି ପରବର୍ତୀ ପଦକ୍ଷେପ ଗ୍ରହଣ କରିବେ  । ଏନେଇ ଜନସାଧାରଣଙ୍କ ମତାମତ ମଧ୍ୟ ଲୋଡ଼ାଯିବ ବୋଲି କେଜ୍ରିୱାଲ କହିଛନ୍ତି ।

ରାତ୍ର କାଳୀନ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ପାଇଁ କୌଣସି କଟକଣା ରହିବ ନାହିଁ । ବିଶେଷକରି ଟୀକା ପରିବହନ, ରାସନ, ପନିପରିବା, କ୍ଷୀର ଓ  ଔଷଧ ଆଦି ସ୍ୱତନ୍ତ୍ର ପାଶ ଥିଲେ ଅନୁମତି ମିଳିବ  । ସେହିପରି ସାମ୍ବାଦିକମାନେ ମଧ୍ୟ କର୍ଫ୍ୟୁ ବେଳେ ଯାଇପାରିବେ  ।

Related Articles

Leave a Reply

Your email address will not be published. Required fields are marked *

Back to top button