ବଦଳିବ ଏମ୍ସର ନାମ

ନୂଆଦିଲ୍ଲୀ : ଦେଶରେ ଲୋକମାନଙ୍କୁ ଉନ୍ନତମାନର ଚିକିତ୍ସା ସୁବିଧା ପ୍ରଦାନ କରିଥିବା  ଅଖିଳ ଭାରତୀୟ ଆୟୁନିଜ୍ଞାନ ସଂସ୍ଥାନର ନାମ ବଦଳିଯିବ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ  ଏ ନେଇ  ଏକ ପ୍ରସ୍ତାବ ବିଚାରାଧୀନ ରହିଛି । ଯଦି ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୁଏ ତା ହେଲେ ଦିଲ୍ଲୀ ସମେତ ଦେଶରେ ୨୩ଟି ଯାକ ଏମ୍ସର ନାମ ବଦଳି ଯିବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରସ୍ତାବ ଅଯାୟୀ ଏମ୍ସଗୁଡିକର ନାମ ସ୍ଥାନୀୟ ଅଞ୍ଚଳର ଖ୍ୟାତସମ୍ପୁନ୍ନ ବ୍ୟକ୍ତି,ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ଐତିହାସିକ ଘଟଣା କିମ୍ବା ସ୍ମାରକୀ ନାମରେ ନାମିତ କରାଯିବ । ୨୩ ଏମ୍ସ ମଧ୍ୟରୁ ଅଧିକାଂଶ ଏମ୍ସ ନୂଆ ନାମ ସଂକ୍ରାନ୍ତ ତାଲିକା ଦାଖଲ କରିସାରିଛନ୍ତି । ଅଧିକାଂଶ ୩ରୁ୪ଟି ଲେଖା ଏଁ ନାମ ପ୍ରସ୍ତାବରେ ଦେଇଛନ୍ତି ।  ଏମ୍ସଗୁଡିକ ସାଧାରଣତଃ ଯେଉଁ ସହରରେ ଅବସ୍ଥିତ ସେହି ଅନୁସାରେ ନାମକରଣ ହୋଇଛି । ନୂଆ ନାମ ପାଇବେ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ବ୍ୟକ୍ତି , ସ୍ୱାଧୀନତା ସଂଗ୍ରାମୀ, ପ୍ରତିଷ୍ଠାନ ଯେଉଁଠି ଅବସ୍ଥିତ ସେହି ସ୍ଥାନର ସ୍ପଷ୍ଟ ଭୌଗଳିକ ପରିଚୟ ଏବଂ ପ୍ରମୁଖ ଐତିହାସିକ ଘଟଣା କିମ୍ବା ସେହି ଅଞ୍ଚଳର ସ୍ମାରକୀ ସହିତ ଏମ୍ସଗୁଡିକର ନାମ ଯୋଡାଯିବ । ବିକଳ୍ପ ନାମ ସମ୍ପର୍କରେ ଯେଉଁମାନେଙ୍କ ନାଁ ପ୍ରସ୍ତାବରେ  ଦିଆଯିଇଛି ସେ ସମ୍ପର୍କରେ ବିସ୍ତୃତ ବିବରଣୀ ମଧ୍ୟ ଦାଖଲ ହୋଇଛି । ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷ ଯୋଜନା ଅଧୀନରେ ଦେଶରେ ୬ଟି ନୂଆ ଏମ୍ସ ଖୋଲାଯାଇଛି । ସେଗୁଡିକ ହେଲା ପାଟନା ଏମ୍ସ , ରାୟପୁର ଏମ୍ସ ,ଭୁବନେଶ୍ୱର ଏମ୍ସ, ଭୋପାଳ ଏମ୍ସ , ଯୋଧପୁର ଏମ୍ସ , ଋଷିକେଶ ଏମ୍ସ । ୨୦୧୫ରୁ ୨୦୨୨ ମଧ୍ୟରେ ପ୍ରତିଷ୍ଠା ହୋଇଥିବା ୧୬ଟି ଏମ୍ସ ମଧ୍ୟରୁ ୧୦ଟିରେ ଏମ୍ବିବିଏସ୍ ପାଠପଢା ଏବଂ  ଆଉଟ୍ପେସେଣ୍ଟ ସେବା ଆରମ୍ଭ ହୋଇଛି  ।

Related Articles

Leave a Reply

Your email address will not be published.

Back to top button