ଘରେ ଅସରପା ଟେନସନ ହେଉଥିଲେ ଆପଣାନ୍ତୁ ଉପାୟ

କିଚେନ ହେଉ କି ଘର ସବୁଆଡେ ଅସରପାଙ୍କ ଉପଦ୍ରବ ଦେଖିବାକୁ ମିଳିଥାଏ । ପ୍ରାୟ ସମସ୍ତଙ୍କ ଘରେ ଅସରପା ଦେଖିବାକୁ ମିଳିଥାଏ । ଏମାନେ ଖାଦ୍ୟ ପଦାର୍ଥ ଉପରେ ଚଢି ସେଗୁଡିକୁ ନଷ୍ଟ କରିଦିଅନ୍ତି । ଅସରପା ଚଢିଥିବା ଖାଦ୍ୟ ଖାଇବା ଦ୍ୱାରା ଅନେକ ପେଟ ବେମାରୀ ହୋଇଥାଏ । କିନ୍ତୁ ଏମିତି କିଛି ଉପାୟ ଅଛି ଯହାକୁ ପ୍ରୟୋଗ କଲେ ଆପଣ ଏଥିରୁ ମୁକ୍ତି ପାଇପାରିବେ ।

– ଘରର କୌଣସି କୋଣରେ ତେଜପତ୍ର ମକଚି ରଖିଦିଅନ୍ତୁ । ତେଜପତ୍ର ଗନ୍ଧରେ ଅସରପା ଘରୁ ବାହାରି ପଳାଇବେ ।
– ଅସରପା ହେଉଥିବା ସ୍ଥାନରେ କିରୋସିନି ସିଞ୍ଚନ କରନ୍ତୁ । ଏହାର କିଛି ସମୟ ପରେ ଅସରପା ସେହି ସ୍ଥାନ ଛାଡି ପଳାଇବେ ।

– ବୋରକ୍ସ ପାଉଡର ଆଣି ଚାରିଆଡେ ଛିଞ୍ଚି ଦିଅନ୍ତୁ । ଏହା ଅସରପାଙ୍କୁ ମାତ୍ ଦେବାରେ ସହାୟକ ହୋଇଥାଏ । କିନ୍ତୁ ଏହା ବିପଦପୂର୍ଣ୍ଣ ହୋଇଥିବାରୁ ଉପଯୋଗ କରିବା ସମୟରେ ଏହାକୁ ଛୋଟ ପିଲାଙ୍କ ଠାରୁ ଦୂରରେ ରଖନ୍ତୁ ।
– ଆଉ ଏକ ସଫଳ ଉପାୟ ହେଉଛି ରେଡ ୱାଇନ । ଏହା ଅସରପା ଭଗେଇବାରେ ଅତ୍ୟନ୍ତ ଲାଭଦାୟକ ଅଟେ । ଗୋଟିଏ ପାତ୍ରରେ ୧-୨ ଚାମଚ ରେଡ ୱାଇନ ରଖନ୍ତୁ । ଏହାର ତୀବ୍ର ଗନ୍ଧରେ ଅସରପା ମରିଯିବେ ନଚେତ କୁଆଡେ ଚାଲିଯିବେ ।
– ରୋଷେଇ ଘରେ ଲବଙ୍ଗ ରଖିବା ଦ୍ୱାରା ମଧ୍ୟ ଅସରପା ଆସନ୍ତି ନାହିଁ ।

Related Articles

Leave a Reply

Your email address will not be published.

Back to top button