ଘୋଷଣା ହେଲା ଆମ ଓଡିଶା ନବୀନ ଓଡିଶା ପାଇଁ ସଂଯୋଜକ, ମୁଖ୍ୟମନ୍ତ୍ରୀ ଦେଲେ ନିଯୁକ୍ତି

ଭୁବନେଶ୍ବର: ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସୁଗମ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୧୬ ଜଣ ସଂଯୋଜକଙ୍କୁ ନିଯୁକ୍ତ କରିଛନ୍ତି। ଯେଉଁ ସଂଯୋଜକମାନେ ନିଯୁକ୍ତ ହୋଇଛନ୍ତି ସେମାନେ ହେଲେ : -ଅନୁଗୁଳ ପାଇଁ କୈଳାସ ଚନ୍ଦ୍ର ସାହୁ, ବାଲେଶ୍ବର ପାଇଁ ରଂଜନ ବ୍ୟାଗ୍, ଭଦ୍ରକ ପାଇଁ ଡ. ସଞ୍ଜୟ ଦାସ, ଗଜପତି ପାଇଁ ୟାରାଗାନା ରାମଭଦ୍ର ରାଓ, ଭବାନୀପାଟଣା ସବ୍ ଡିଭିଜନ୍ କଳାହାଣ୍ଡି ପାଇଁ ବଦ୍ରିନାରାୟଣ ପଟ୍ଟନାୟକ, ଧର୍ମଗଡ ସବ୍ ଡିଭିଜନ୍ କଳାହାଣ୍ଡି ପାଇଁ ଆଦିତ୍ୟ ନନ୍ଦ, କନ୍ଧମାଳ ପାଇଁ ରାଜୀବ ପାତ୍ର, ଖୋର୍ଦ୍ଧା ପାଇଁ ଶ୍ରୀମୟୀ ମିଶ୍ର, କୋରାପୁଟ ସବଡିଭିଜନ ପାଇଁ ଲତା ସାହୁ, ଜୟପୁର ସବଡିଭିଜନ ପାଇଁ ଶ୍ରୀମତୀ ତୁଳସୀ କ୍ରିଷାନି, ମାଲକାନଗିରି ପାଇଁ ଚିତ୍ରା ପଟ୍ଟନାୟକ, ରାଇରଙ୍ଗପୁର ସବଡିଭିଜନ ମୟୂରଭଞ୍ଜ ପାଇଁ ଶ୍ରୀ ଅମରେନ୍ଦ୍ର କର, ବାରିପଦା ସବଡିଭିଜନ ମୟୂରଭଞ୍ଜ ପାଇଁ ସୁନୀଲ କୁମାର ଦାସ, ନବରଂଗପୁର ପାଇଁ ମଞ୍ଜୁଳା ମାଝି, ନୟାଗଡ଼ ପାଇଁ ଗଙ୍ଗାଧର ପଣ୍ଡା, ନୁଆପଡା ପାଇଁ ରାମଲାଲ ହାଂସ, ରାୟଗଡା ପାଇଁ ଗୌରୀ ଶଙ୍କର ରାଓ,, ସମ୍ବଲପୁର ପାଇଁ ସିଦ୍ଧନ୍ତ ଦାସ, ସୁନ୍ଦରଗଡ ସବଡିଭିଜନ୍ ପାଇଁ ଯୋଗେନ୍ଦ୍ର ସିଂ, ବଣେଇ ସବଡିଭିଜନ ସୁନ୍ଦରଗଡ ପାଇଁ ଡ ମହେନ୍ଦ୍ର ସୋୟା ନିଯୁକ୍ତ ହୋଇଛନ୍ତି।​ ନିକଟରେ ଆମ ଓଡିଶା ନବୀନ ଓଡିଶାର କାର୍ଯ୍ୟକ୍ରମ ଓଡିଶାରେ ଆରମ୍ଭ କରାଯାଇଛି। ଯାହାର ଅଧ୍ୟକ୍ଷ ଅଛନ୍ତି ଭି କେ ପାଣ୍ଡିଆନ। ଡିଜିଟାଲ ଭିତ୍ତିଭୂମି ବିକାଶ ତଥା ଆମର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ତଥା ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ପାଇଁ  ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button