ଚନ୍ଦ୍ରର ଦକ୍ଷିଣ ଭାଗରେ କାହିଁକି ଅବତରଣ କରିବ ଚନ୍ଦ୍ରାୟାନ ୩, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଇତିହାସ ରଚିବାକୁ ଯାଉଛି ଭାରତ। ୨୩ ଅଗଷ୍ଟ ଅର୍ଥାତ୍‌ ବୁଧବାର ଭାରତ ପାଇଁ ବଡ ଦିନ। ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ(ଇସ୍ରୋ)ର ଚନ୍ଦ୍ରାୟାନ–୩ ଉପରେ ରହିଛି ସାରା ବିଶ୍ୱର ନଜର। ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞା ରୋଭର୍‌ ଅଲଗା ହେବା ପରେ ଲ୍ୟାଣ୍ଡର ଚନ୍ଦ୍ରର ସମସ୍ତ କକ୍ଷପଥକୁ ସଫଳତାର ସହ ପ୍ରବେଶ କରି ଚନ୍ଦ୍ର ଆଡକୁ ଅଗ୍ରସର ହେଉଛି। ଯଦି ଚନ୍ଦ୍ରାୟାନ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରେ ତେବେ ଏହା ବିଶ୍ୱରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିବା ଚତୁର୍ଥ ଦେଶ ଭାବେ ଇତିହାସ ରଚିବ। ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ମିନିଟ୍‌ରେ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ। ଏଥିପାଇଁ ଇସ୍ରୋର ବୈଜ୍ଞାନିକ ମାନେ ଚନ୍ଦ୍ରର ଦକ୍ଷିଣ ମେରୁକୁ ଚିହ୍ନଟ କରିଛନ୍ତି। ଚନ୍ଦ୍ରର ଦକ୍ଷିଣ ପୋଲ ବା ଦକ୍ଷିଣ ମେରୁରେ ଜଳ ଏବଂ ବରଫ ବଡ ଭଣ୍ଡାର ରହିଛି ଏଥିସହ ଏହି ଭାଗର ସ୍ଥାୟୀ ଅନ୍ଧକାରରେ ରହିଥାଏ। ଭବିଷ୍ୟତର ମହାକାଶ ମିଶନ ପାଇଁ ଜଳର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ମିଶନରେ ଜଳ, ଅମ୍ଳଜାନ ଏବଂ ହାଇଡ୍ରୋଜେନ ରକେଟ ଇନ୍ଧନର ଉତ୍ସ ଭାବେ ଲାଗିପାରେ। ଏହି କ୍ଷେତ୍ର ସ୍ଥ ସୂର୍ଯ୍ୟ କିରଣରୁ ଦୂରରେ ରହିଛି। ଏବଠ ଏଠାର ତାପମାତ୍ରା ମାଇନସ ୫୦ ରୁ ୧୦ ଡିଗ୍ରୀ ମଧ୍ୟରେ ରହିଥାଏ। ଏହାଦ୍ୱାରା ରୋଭର କିମ୍ବା ଲ୍ୟାଣ୍ଡରରେ ଉପସ୍ଥିତ ଥିବା ବୈଦ୍ୟୁତିକ ଉପକରଣଗୁଡିକ ଉତ୍ତମ ରୂପେ କାର୍ଯ୍ୟ କରିପାରିବ। ଚନ୍ଦ୍ରର ଦକ୍ଷିଣ ମେରୁର ଭୂମି ଏବଂ ଭୌଗୋଳିକ ଗଠନ ଏହାର ଅନ୍ୟ ଅଞ୍ଚଳଠାରୁ ଅଲଗା। ଚନ୍ଦ୍ରରେ ଉଲକାପିଣ୍ଡ ଦ୍ୱାରା ସୃଷ୍ଟି ହୋଇଥିବା ଗର୍ତ୍ତଗୁଡିକ ଥଣ୍ଡା ରହିଥାଏ। ଏହି କାରଣରୁ ଏଠାରେ ଜଳ ବରଫ ରୂପେ ଜମା ହୋଇଥାଏ। ତେବେ ଏପର୍ଯ୍ୟନ୍ତ କୌଣସି ଦେଶ ଚନ୍ଦର ଦକ୍ଷିଣ ମେରୁରେ ନିଜର ଲ୍ୟାଣ୍ଡର ଅବତରଣ କରି ନାହାନ୍ତି। ତେଣୁ ସମସ୍ତଙ୍କର ନଜର ଭାରତର ଚନ୍ଦ୍ରାୟାନ–୩ ଉପରେ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button