ବୁଝିଲେ ଲୋକଙ୍କ ଦୁଃଖ ଦୁର୍ଦ୍ଦଶା, ବାତ୍ୟା ସ୍ଥିତି ପରଖିଲେ ପୂର୍ବତନ ବିଧାୟକ

କେନ୍ଦ୍ରାପଡା: ଶତାଧିକ ଗାଁ ବିପଜ୍ଜନକ ଅବସ୍ଥାରେ | ଦେଖାନାହାନ୍ତି ସ୍ଥାନୀୟ ପ୍ରଶାସନ, ସରପଂଚଙ୍କ ତତ୍ୱାବଧାନରେ ଲୋକମାନଙ୍କୁ ଚୁଡା ଗୁଡ ବଣ୍ଟନ | ଏଭଳି ସମୟରେ ବାତ୍ୟା ସ୍ଥିତି ଅନୁଧ୍ୟାନ ପାଇଁ ପହଂଚିଛନ୍ତି ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା |

କେନ୍ଦ୍ରାପଡା ଜିଲ୍ଲାର ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ଉଭୟ ବ୍ଲକରେ ଥିବା ବୈତରଣୀ ଓ ଖରସ୍ରୋତା ନଦୀ ନିକଟ ଅଂଚଳବାସୀ ବାଳକାଟି,ପତ୍ରପୁର, ନରେନ୍ଦ୍ରପୁର, ମାନପୁର, ଭୁଇଁପୁର,ବରୁଣାଡିଆଁ,କାଟଣା, ଜୟନଗର, ବରାଡିଆ, ବଜରପୁର, ଉପୁଳାଇ, ଦେଉଳି, ବାଙ୍ଗରକୁଆଁ ଆଦି ଶତାଧିକ ଗାଁ ଏବେ ସମ୍ଭାବ୍ୟ ‘ୟାସ୍’ ବାତ୍ୟା ପାଇଁ ବିପଜ୍ଜନକ ଅବସ୍ଥାରେ ରହିଛନ୍ତି | ଜିଲ୍ଲା ପ୍ରଶାସନ ଏପର୍ଯ୍ୟନ୍ତ ସେମାନଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି | ସ୍ଥାନୀୟ ଆଶା ଦିଦି , ଅଙ୍ଗନବାଡି ଓ ଏଏନଏମମାନେ ସେମାନଙ୍କ ପାଖରେ ପହଞ୍ଚି ଔଷଧ, ମାସ୍କ, ସାନିଟାଇଜର୍ ପହଁଚାଇଛନ୍ତି | ସରପଞ୍ଚ ଓ ସମିତି ସଭ୍ୟମାନେ ସ୍ଥାନୀୟ ଜନସାଧାରଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇ ବ୍ଲକରୁ ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି | ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଲୋକମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖ ଦୁର୍ଦ୍ଦଶା ବୁଝି ସେମାନଙ୍କୁ ଏଭଳି ସମୟରେ ଭାଙ୍ଗି ନ ପଡ଼ିବାକୁ ସାହସ ଦେଇଛନ୍ତି | ତତ ସଂଗେ ସଂଗେ ଲୋକମାନଙ୍କର ସ୍ଥିତି ଅନୁଧ୍ୟାନ କରିବା ସହ ସେମାନଙ୍କୁ ତୁରନ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ପ୍ରଶାସନକୁ ଦାବି କରିଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା |

Related Articles

Leave a Reply

Your email address will not be published.

Back to top button