ରାଜକନିକା ଓ ଆଳି ବ୍ଲକରେ ନାହାନ୍ତି କର୍ମଚାରୀ, ଅସୁବିଧା ଭୋଗୁଛନ୍ତି ଜନସାଧାରଣ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକ ସବୁଠାରୁ ବଡ ବ୍ଲକ ଏବଂ ଆଳିର ୩୨ଗ୍ରାମ ପଂଚାୟତ ଓ ରାଜକନିକା ବ୍ଲକରେ ରହିଛି ୨୯ ଟି ଗ୍ରାମପଞ୍ଚାୟତ | ଏହି ୨ଟି ବ୍ଲକ ଅନ୍ତର୍ଗତ ବସବାସ କରୁଥିବା ଅନ୍ତେବାସୀ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଉକ୍ତ ୨ ଟି ବ୍ଲକରେ ଜନସାଧାରଣଙ୍କ ସବୁ କାର୍ଯ୍ୟ ଅଧା ପନ୍ତରିଆ ହେଇ ପଡି ରହିଛି | ବ୍ଲକ କାର୍ଯ୍ୟକୁ ସୁରୁଖୁରୁରେ କରିବା ପାଇଁ ଆବଶ୍ୟକୀୟ ଷ୍ଟାଫ ନାହାନ୍ତି | ଏଥିମଧ୍ୟରେ ରାଜକନିକା ବ୍ଲକରେ ପିଅନ ପାଇଁ ୭ ଟି ପଦବୀ, ଜିପିଓ ୧ ଟି ପଦବୀ,ଏବିଡ଼ିଓ ୧ଟି ପଦବୀ, ବିଏସଏସଓ ୧ଟି ପଦବୀ, ଡବ୍ଲ୍ୟୁଇଓ ୧ଟି ପଦବୀ ,ଭିଏଲଡବ୍ଲ୍ୟୁ ୧୦ଟି ପଦବୀ,ଜିଆରଏସ ପାଇଁ ୧୦ଟି ପଦବୀ ଖାଲି ପଡିଛି |

ସେହିଭଳି ଆଳି ବ୍ଲକରେ ମଧ୍ୟ ବିଭିନ୍ନ ପଦବୀ ଖାଲି ପଡିଛି, ଯେଉଁଥିପାଇଁ ଉଭୟ ବ୍ଲକକୁ ପ୍ରତିଦିନ ଆସୁଥିବା ଜନସାଧାରଣ ସେମାନଙ୍କ ସରକାରୀ ସୁବିଧାସୁଯୋଗରୁ ବଂଚିତ ହେଉଛନ୍ତି | ଏହି ଦୁଇଟି ବ୍ଲକରେ ଖାଲି ଥିବା ପଦବୀଗୁଡିକୁ ପୂରଣ ପାଇଁ ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜଙ୍କ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ରାଜକନିକା ଅଂଚଳବାସୀ | ଖାଲି ସେତିକି ନୁହେଁ ବିଡିଓ ପଦବୀ ମଧ୍ୟ ଦୀର୍ଘ ଦିନ ଧରି ଖାଲି ପଡିଥିବାରୁ ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ହେଇପାରୁନାହିଁ |

Related Articles

Leave a Reply

Your email address will not be published.

Back to top button