କୋଷ୍ଟାଲ ହାଇୱେ ପ୍ରକଳ୍ପ ଶୀଘ୍ର ସାରିବାକୁ ବିଜେଡି ସାଂସଦଙ୍କ ଦାବି

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନରେ ରାଜ୍ୟସଭାରେ ଉଠିଲା ଓଡ଼ିଶା ସ୍ବାର୍ଥ ସଂପର୍କିତ ପ୍ରସଙ୍ଗ। ଶୀତ ଅଧିବେଶନର ଚତୁର୍ଥ ଦିନରେ ବିଜେଡି ସାଂସଦ ମାନସ ମଙ୍ଗରାଜ ଓଡିଶାରେ କୋଷ୍ଟାଲ ହାଇୱେ ପ୍ରକଳ୍ପ ଶେଷ କରିବାକୁ ରାଜ୍ୟସଭାରେ ଦାବି ଉଠାଇଥିଲେ । ସାଂସଦ ମାନସ ମଙ୍ଗରାଜ କହିଥିଲେ, “ଓଡିଶାରେ ୪୮୦କିମି କୋଷ୍ଟ ଲାଇନ ରହିଛି । ଯାହା ଉପକୂଳବର୍ତ୍ତୀ ଜିଲ୍ଲାର ଭିତ୍ତିଭୂମି ବିକାଶ ଓ ସମ୍ପୃକ୍ତ ଅଞ୍ଚଳର ଅର୍ଥନୀତି ପାଇଁ ରହିଛି । ୨୦୧୫ରେ କେନ୍ଦ୍ର ସରକାର ୩୪୬ କିମିର ଏକ କୋଷ୍ଟାଲ ହାଇୱେ ପ୍ରକଳ୍ପ ଘୋଷଣା କରିଥିଲେ । ଯାହା ୭ଟି ଉପକୂଳ ଜିଲ୍ଲାକୁ ସଂଯୋଗ କରିବା ଲକ୍ଷ୍ୟ ରହିଥିଲା । ରାମେଶ୍ବରରୁ ରତନପୁରରୁ ଓ ଅନ୍ୟଟି ରତନପୁରରୁ ଦିଘା କୋଷ୍ଟାଲ ହାଇୱେ ନିର୍ମାଣ ପାଇଁ ଘୋଷଣା ହୋଇଥିଲା । ଏହି ପ୍ରକଳ୍ପ ନିର୍ମାଣରେ ବିଳମ୍ବ ହୋଇଛି । ପ୍ରକଳ୍ପ ଘୋଷଣାକୁ ୮ ବର୍ଷ ବିତିଛି । ହେଲେ ପ୍ରକଳ୍ପର କୌଣସି ଉନ୍ନତି ହୋଇନାହିଁ । ତେଣୁ ମୁଁ ଅନୁରୋଧ କରୁଛି ଯେ, ପ୍ରକଳ୍ପର ଏକ ଟିପିଆର ପ୍ରସ୍ତୁତ କରି ଶୀଘ୍ର ପ୍ରକଳ୍ପର କାର୍ୟ୍ୟ ଶେଷ କରନ୍ତୁ ।”