ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର

ଭୁବନେଶ୍ୱର : ରାଜ୍ୟରେ ହେବ ପୋଷଣ କେନ୍ଦ୍ର। ଏହା ବିଶେଷକରି ଗୁଜୁରାଟ ମଡେଲରେ ପ୍ରସ୍ତୁତ କରାଯିବ। ତେବେ ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ ବୋଲି ି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ଏହି କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ ସରକାର। ପୋଷଣ କେନ୍ଦ୍ରରେ ମିଳିବ ଡାଲି, ଅଟା, ତେଲ ଓ ଚାଉଳ ଭଳି ଅତ୍ୟାବଶ୍ୟକ ସାମଗ୍ର । ଏହାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ। ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସବସିଡି ଦେବେ। ଏଥିପାଇଁ ଆଲୋଚନା ଚାଲିଛି। ପାଇଲଟ ପ୍ରୋଜେକ୍ଟରେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ। ଏହା ସଫଳ ହେଲେ ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର। ଏଥିପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି। ଅଧିକାରୀଙ୍କର ଏକ ସ୍ୱତନ୍ତ୍ର ଟିମ ଗୁଜୁରାଟ ଯିବେ। ଅନୁଧ୍ୟାନ କରି ଆସିବେ। ଗୁଜୁରାଟ ମଡେଲରେ ଓଡିଶାରେ ହେବ ପୋଷଣ କେନ୍ଦ୍ର। ଏନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ଜାରି ରହିଛି। କୌଣସି ଚୁଡ଼ାନ୍ତ ଘୋଷଣା ହୋଇନାହିଁ। ସେହିପରି ରାସନ କାର୍ଡକୁ ନେଇ କହିଛନ୍ତି,”ପ୍ରକୃତ ହିତାଧିକାରୀ ଯାଞ୍ଜ ପାଇଁ ହେବ ଫିଜିକାଲ ସର୍ଭେ । ସର୍ଭେ ପରେ ଚୂଡାନ୍ତ ହେବ ରାସନ କାର୍ଡ ହିତାଧିକାରୀଙ୍କ ତାଲିକା। ଏବେ ସୁଦ୍ଧା ୩୦ ଲକ୍ଷ ୭୩୪ ହଜାର ଲୋକ ଇକେୱାଇସି କରିନାହାଁନ୍ତି । ଆସନ୍ତା ୩୧ ମାର୍ଚ୍ଚ ପରେ ଜଣାପଡ଼ିବ କେତେ ଲୋକ ଇକେୱାଇସି କରିନାହାଁନ୍ତି। ତେବେ ହଠାତ୍ କାହାର ରାସନକାର୍ଡ କଟା ଯିବନି ନାହିଁ। “ସେ ଆହୁରି ମଧ୍ୟ କହିଛନ୍ତି,” ଆଗରୁ ୬ ଲକ୍ଷ ୩୫ ହଜାର ଲୋକ ରାସନ କାର୍ଡ ପୋର୍ଟାଲ ଜରିଆରେ ଆବେଦନ କରିଛନ୍ତି । ଏବେ ସେମାନଙ୍କ ସର୍ଭେ ଚାଲିଥିବା ବେଳେ ଏପ୍ରିଲ ୧୫ ସୁଦ୍ଧା ସର୍ଭେ କାମ ସରିବ। ତାପରେ ନୂଆ ରାସନ କାର୍ଡ ହିତାଧିକାରୀ ରାସନ ପାଇବେ। (ଦେବୀ-୯.୪)