ଅର୍ଥ ସାଜିଛି ବାଧକ, ସହାୟତା ଅପେକ୍ଷାରେ ପଙ୍କଜ

”ଏକ ଆଖି ଆଖି ନୁହେଁ କି ଏକ ସାକ୍ଷୀ ସାକ୍ଷୀ ନୁହେଁ ” । ଦୁଇ ଆଖି ହିଁ ଆବଶ୍ୟକ ଏ ସୁନ୍ଦର ପୃଥିବୀକୁ ଦେଖିବା ପାଇଁ । ପଙ୍କରୁ ପଦ୍ମ ଜାତ ଭଳି ବାପା ମାଆ ନାଁ ଦେଇଥିଲେ ‘ପଙ୍କଜ’ । ଏ ପିଲା ଦିନେ ବଡ ହେଇ ନିଜ ଗାଁ ଓ ଅଂଚଳ ପାଇଁ ଭଲ କାମ କରିବ ବୋଲି କେତେ ଆଶାଥିଲା । ହେଲେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହେଇ ମାତ୍ର ୩୧ ବର୍ଷ ବୟସରେ ହରେଇ ବସିଲା ନିଜ ଆଖିର ଜ୍ୟୋତିକୁ । ଯୌବନ ଅବସ୍ଥାରେ ସ୍ତ୍ରୀ ର ମୁହଁ ଝାପ୍ସା ଦେଖି ନିଜକୁ ଧିକ୍କାର କଲା । ନିଜ ପରିବାର ଆଉ ଗାଁ ତାକୁ ଅନ୍ଧକାର ଦିଶିଲା | ଆଖିର ଜ୍ୟୋତିକୁ ଫେରେଇ ଆଣିବା ପାଇଁ ନାଁ ପାଖରେ ଅର୍ଥ ଅଛି ନାଁ ମନୋବଳ | ପୁରା ଭାଙ୍ଗି ପଡିଛି ସେ । କେମିତି ଆଗକୁ ନେବ ତା ଜୀବନ ଡଙ୍ଗା ? ଏ ଦୁର୍ଦ୍ଦିନରେ କିଏ ହେବ ତା’ ସାହା ଭରସା ??

କେନ୍ଦ୍ରାପଡ଼ା: ଅପରେସନ ପାଇଁ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଆବଶ୍ୟକ । ତାଙ୍କର ଦୁଇ ଆଖିକୁ ଝାପସା ଦେଖାଯାଉଛି । ଇତି ମଧ୍ୟରେ ସେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, କଟକ ଏସସିବି ମେଡିକାଲ ଓ କଳାହାଣ୍ଡି ସରକାରୀ ଡାକ୍ତରଖାନାକୁ ଯାଇ ଅନେକ ଅର୍ଥ ଖର୍ଚ୍ଚ କରି ସାରିଲେଣି । ତଥାପି ସେ ଆରୋଗ୍ୟ ହୋଇପାରୁନାହାନ୍ତି । ଉଚ୍ଚ ଚିକିତ୍ସା ପାଇଁ ତାଙ୍କୁ ଅଧିକ ପରିମାଣର ଅର୍ଥ ଆବଶ୍ୟକ । ତେଣୁ ସରକାରୀ ଓ ବେସରକାରୀ ସହାୟତାକୁ ଅନାଇ ବସିଛନ୍ତି ପଙ୍କଜ । କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ କନିକା ତହସିଲ ଅଧିନରେ ଥିବା ବରାଡ଼ିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିକୁଡ଼ି (ବଣମହୁରୀ) ଗାଁର ପ୍ରଫୁଲ୍ଲ ରାଉଳ ଓ କାବେରୀ ରାଉଳଙ୍କ ପୁଅ ପଙ୍କଜ ଲୋଚନ ରାଉଳ ବୟସ ୩୧ । ସେ (ମାଟ୍ରିକ) ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି । ପାଠପଢ଼ା ସରିବା ପରେ ସେ ଗୁଜୁରାଟ, ଦିଲ୍ଲୀ, ପଞ୍ଜାବ, ଜମ୍ମୁ, କଲିକତା, ବେଙ୍ଗାଲୁରୁ ଆଦି ସହର ସ୍ଥାନକୁ ଦାଦନ ଶ୍ରମିକ ହିସାବରେ ଖଟିବାକୁ ଯାଇଥିଲେ ଏବଂ ଏକ ଘରୋଇ (ପ୍ରାଇଭେଟ) କମ୍ପାନୀରେ କାମ କରୁଥିଲେ । ମାସକୁ ଦିନ ମଜୁରିଆ ହିସାବରେ ୧୦ ହଜାର ଟଙ୍କା ପାରିଶ୍ରମିକ ପାଉଥିଲେ, ଯେଉଁଥିରେ ତାଙ୍କ ବାପା ମାଆ ଓ ଧର୍ମପତ୍ନୀଙ୍କୁ ନେଇ ସଂସାର ଚଳୁଥିଲା ।

 

୨୦୨୦ ମସିହା ନଭେମ୍ବର ମାସରୁ ଆସନ୍ତା ୬ ମାସ ହୋଇଗଲାଣି ସେ ଓଡ଼ିଶା ରାଜ୍ୟର ନିଜ ଅଞ୍ଚଳକୁ ଫେରି ଆସିଛନ୍ତି ଏବଂ ସେଠାରେ ତାଙ୍କର ଦୁଇଟି ଆଖିକୁ ଝାପସା ଦେଖାଯାଉଥିଲା ଏବଂ ଗାଁକୁ ଆସିବା ପରେ ସେ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କଟକ ଏବଂ ବିଡ଼ାନାସୀ ଏସସିବି ମେଡିକାଲ, କଳାହାଣ୍ଡି ସରକାରୀ ଡାକ୍ତରଖାନାକୁ ଯାଇଥିଲେ । ଡାକ୍ତର କହିଲେ ଅପରେସନ ହେଲେ ଭଲ ହେବ । ଅପରେସନ ପାଇଁ ପଚାଶ ହଜାର ରୁ ଊର୍ଦ୍ଧ୍ୱ ଟଙ୍କା ଲାଗିବ । ଏବେ ଅର୍ଥ ସହିଛି ବାଧକ ।

ଯଦି କୌଣସି ବଦାନ୍ୟ ବ୍ୟକ୍ତି ବା ଅନୁଷ୍ଠାନ ପଙ୍କଜଙ୍କ ଏଭଳି ଅସହାୟତା ଅବସ୍ଥାରେ ଆର୍ଥିକ ସାହାଯ୍ୟର ହାତ ବଢ଼ାନ୍ତି, ତେବେ ପଙ୍କଜ ଏ ଦୁନିଆକୁ ଆଉ ଥରେ ଟିକେ ଭଲ ଭାବେ ଦେଖିପାରନ୍ତା । ଆପଣାର ଭାବୁଥିବା ମଣିଷ ଆଉ ନିଜ ଅଂଚଳକୁ ଆଉଥରେ ଟିକେ ଚିହ୍ନି ପାରନ୍ତା |

KABERI ROUL
A/C no-30730815501
PANKAJ LOCHAN ROUL
A/C no-36342266807
IFSC Code- SBIN0013589

ଏହି ଆକାଉଣ୍ଟ ନମ୍ବରରେ ଆର୍ଥିକ ସହଯୋଗ କରିବାପାଇଁ ତାଙ୍କ ବାଲ୍ୟବନ୍ଧୁ ଆଶିଷ କୁମାର ନାୟକ ଅନୁରୋଧ କରିଛନ୍ତି |

Related Articles

Leave a Reply

Your email address will not be published.

Back to top button