ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ, ପ୍ରଥମ ଥର ଓଡ଼ିଆରେ ମିଳିବ ମାର୍କ ସିଟ୍

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ମାଟ୍ରିକ ରେଜଲ୍ଟ । ପ୍ରଥମ ଥର ପାଇଁ ଓଡ଼ିଆରେ ଉପଲବ୍ଧ ହେବ ସାର୍ଟିଫିକେଟ । ପୂର୍ବରୁ କେବଳ ଇଂରାଜୀରେ ମାଟ୍ରିକ ସାର୍ଟିଫିକେଟ ମିଳୁଥିବା ବେଳେ ଚଳିତବର୍ଷ ଏହା ଉଭୟ ଓଡ଼ିଆ ଏବଂ ଇଂରାଜୀରେ ଉପଲବ୍ଧ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ବୋର୍ଡ ସଭାପତି ଶ୍ରୀକାନ୍ତ ତାରାଇ । ଶନିବାର ଅପରାହ୍ନ ୪ ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟର ଦଶମ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷାର୍ଥୀମାନେ ଅପରାହ୍ନ ୫ଟାରୁ ସେମାନଙ୍କ ଫଳାଫଳ ଜାଣି ପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button