କରୋନା ଭୟ: ଆତଙ୍କିତ ନ ହେବାକୁ ପରାମର୍ଶ

ଭୁବନେଶ୍ୱର:ରାଜ୍ୟରେ ଏବେ ଚିନ୍ତା ବଢ଼ାଇଛି କୋଭିଡ୍‌ ସଂକ୍ରମଣ। କିଛିଦିନର ବ୍ୟବଧାନ ପରେ ଗତ ଦୁଇଦିନ ହେଲା ଲଗାତର ସଂକ୍ରମିତ ଚିହ୍ନଟ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ତେବେ ଏହାକୁ ନେଇ ଆତଙ୍କିତ ନ ହେବା ପାଇଁ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। ରାଜ୍ୟରେ କୋଭିଡ୍‌ ସ୍ଥିତିକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଦୁଇଜଣ କୋଭିଡ୍‌ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ଏହାକୁ ନେଇ ଆତଙ୍କିତ ହେବାର ନାହିଁ। ସେମାନଙ୍କ ଭିତରେ ଲକ୍ଷଣ ବହୁତ କମ୍‌ ଅଛି। ଦୁହେଁ ଘରେ ରହି ଚିକିତ୍ସିତ ହେଉଛନ୍ତି। ଜେନମ ସିକ୍ବେନ୍ସି ପାଇଁ ପଠାଯାଇଛି। ସେମାନଙ୍କର କଣ୍ଟାକ୍ଟ ଟ୍ରେସିଂ ଏବଂ କୋଭିଡ୍‌ ସମୟରେ ଯାହା କରାଯାଏ ତାହା ହୋଇଛି। ତେବେ ଯାହାର ଲକ୍ଷଣ ଦେଖାଯାଉଛି, ସେମାନେ ପରୀକ୍ଷା କରନ୍ତୁ ଓ ଘରେ ରୁହନ୍ତୁ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି। ସୂଚନଯୋଗ୍ୟ, ଏବେ ବିଶ୍ୱରେ କୋଭିଡ୍‌-୧୯ର ନୂଆ ସବ୍‌ଭାରିଆଣ୍ଟ ଜେଏନ୍‌.୧ ଚିନ୍ତା ବଢ଼ାଇଥିବାବେଳେ ୨୦ଦିନ ପରେ ଓଡ଼ିଶାରୁ ଗତ ଶନିବାର ଓ ରବିବାର ଦୁଇଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପୂର୍ବରୁ ଅର୍ଥାତ୍‌ ଗତ ୩ ତାରିଖରେ ଶେଷଥର ପାଇଁ ଜଣେ ପଜିଟିଭ୍‌ ବାହାରିଥିଲେ। ଏବେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଦ୍ୱୟ ଜେଏନ୍‌.୧ ସବ୍‌ଭାରିଆଣ୍ଟ କି ନାହିଁ ତାହା ଜଣାପଡ଼ିନାହିଁ। ତଥାପି ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତ ରହିବା ସହ ରାଜ୍ୟବାସୀଙ୍କୁ ସତର୍କ କରାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button