ବଢିଲା ପୁଣି ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ : ଦେଶରେ ପୁଣି ଥରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର । ପେଟ୍ରୋଲ ଲିଟର ପିଛା 2ଟଙ୍କା 61 ପଇସାକୁ ବୃଦ୍ଧି ହୋଇଥିବାବେଳେ ଡିଜେଲ ଲିଟର ପିଛା 2 ଟଙ୍କା 71 ପଇସାକୁ ବୃଦ୍ଧି ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ ଦର 109. 16 ପଇସା ଥିବାବେଳେ ଡିଜେଲ 100.81 ପଇସା ହୋଇଛି । 10 ଦିନ ମଧ୍ୟରେ ଚତୁର୍ଥ ଥର ପେଟ୍ରୋଲ ଓ ଡିଜେଲ ଦରର ବୃଦ୍ଧି ହୋଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ କ୍ରମାଗତ ଭାବେ ଦେଶରେ ତେଲ ଦର ବୃଦ୍ଧି ହୋଇଛି । ବିଗତ ୧୦ ଦିନ ମଧ୍ୟରେ ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ତେଲ ଦର ବଢ଼ିଛି। ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧ ପରିସ୍ଥିତି କାରଣରୁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦର ବଢ଼ିବାରେ ଲାଗିଛି, ଯାହାର ସିଧାସଳଖ ପ୍ରଭାବ ଘରୋଇ ବଜାର ଉପରେ ପଡ଼ୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button