ପେଟ୍ରୋଲ, ଡିଜେଲ ଓ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ କମିଟି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡା / ରାଜକନିକା : ରାଜ୍ୟରେ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ସହ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧି ପ୍ରତିବାଦରେ ସଚେତନତା କାର୍ଯ୍ୟକ୍ରମ | ୧୦ଟି ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ବୁଝାଇଲେ କଂଗ୍ରେସ କମିଟି କର୍ମକର୍ତ୍ତା |

କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଭାପତି ମଂଗୁଳି ଚରଣ ବେହେରା କଂର ନିର୍ଦ୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା | ରାଜକନିକା ବ୍ଲକ ର ପଶ୍ଚିମ କନିକା ଅନ୍ତର୍ଗତ ଓଳାଭର ଅଧିନସ୍ଥ ୧୦ଟି ଗ୍ରାମ ପଞ୍ଚାୟତ ପରିଭ୍ରମଣ କରି ଲୋକମାନଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ | ଏହାର କାରଣ ରାଜ୍ୟରେ ଅହେତୁକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଓ ଅତ୍ୟାବଶ୍ୟକ ଜିନିଷର ମୁଲ୍ୟ ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ | ଯେଉଁଭଳି ଭାବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅଙ୍କୁଷ ନିରୁପଣ କରିଛନ୍ତି ତାହାକୁ କିଭଳି ଭାବରେ ଜନସାଧାରଣଙ୍କ ମଧ୍ୟରେ ପରିପ୍ରକାଶ ହେବ ସେଥିପାଇଁ ପ୍ରଥମ ଥର ପାଇଁ ବିଜୟ ରଥ ଆରମ୍ଭ କରିଛନ୍ତି ରାଜକନିକା କଂଗ୍ରେସ କମିଟି କର୍ତୃପକ୍ଷ |

କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକରେ ଉକ୍ତ କାର୍ଯ୍ୟକ୍ରମରେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମାଙ୍କ ସହିତ ଯୁବ କଂଗ୍ରେସ ସଭାପତି ସତ୍ୟ ପରିଡା, ରାଜକନିକା ବ୍ଲକ କଂଗ୍ରେସ ଯୁବ ସଭାପତି କ୍ଷୀରୋଦ କୁମାର ବେହୁରିଆ, ଉମେଶ ଚନ୍ଦ୍ର ପରିଡା, ବରିଷ୍ଠ କଂଗ୍ରେସ ନେତା ବିଦ୍ୟାଧର ବରଜୁ, ମୁରଲି ଧର ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଆଳି ନିର୍ବାଚନ ମଣ୍ଡଳୀର ଆଳି ଓ ରାଜକନିକା ବ୍ଲକରେ ୬୦ରୁ ଉର୍ଦ୍ଧ୍ବ ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ଶର୍ମା ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି |

 

Related Articles

Leave a Reply

Your email address will not be published.

Back to top button