ଆଇପିଏଲ ୨୦୨୪: ରୋମାଞ୍ଚକର ମ୍ୟାଚରେ ମୁମ୍ବାଇକୁ ୧୦ ରନରେ ପରାସ୍ତ କଲା ଦିଲ୍ଲୀ

ନୂଆଦିଲ୍ଲୀ: ୨୦୨୪ ଆଇପିଏଲ ର ୪୩ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା। ଆଜିର ଏହି ରୋମାଞ୍ଚକର ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୧୦ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨୫୭ ରନ୍ ସ୍କୋର କରିଥିଲା। ଏହାର ଜବାବରେ ମୁମ୍ବାଇ ଦଳ ମାତ୍ର ୨୪୭ ରନ୍ ସ୍କୋର କରିପାରିଥିଲା। ଦିଲ୍ଲୀ ପାଇଁ ୮୪ ରନର ଚମତ୍କାର ଇନିଂସ ଖେଳିଥିଲେ ଜ୍ୟାକ୍ ଫ୍ରେଜର। ଶାଇ ହୋପ୍ ୪୧ ରନ୍ ସଂଗ୍ରହ କରିଥିଲେ। ବୋଲିଂରେ ମୁକେଶ କୁମାର ଏବଂ ରସିକ ସଲାମ ଉତ୍କର୍ଷ ପ୍ରଦର୍ଶନ କରିଥିଲେ। ଦୁହେଁ ୩-୩ ୱିକେଟ୍ ନେଇଥିଲେ। ମୁମ୍ବାଇ ପାଇଁ ତିଲକ ବର୍ମା ୩୨ ବଲରେ ୬୩ ରନ୍ ସଂଗ୍ରହ କରିଥିଲେ। ସେ ୪ ଟି ଚୌକା ଓ ୪ ଟି ଛକା ମାରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୪୬ ରନର ଇନିଂସ ଖେଳିଥିଲେ। ଟିମ୍ ଡେଭିଡ୍ ୩୭ ରନ୍ ସଂଗ୍ରହ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button