୯ ମାସ ହେଲା ଏମଜିଏନଆରଜିଏସ ଶ୍ରମିକଙ୍କୁ ମିଳିନି ମଜୁରୀ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲ ରାଜକନିକା ବ୍ଲକ କୋଇଲପୁର ଗ୍ରାମ ପଞ୍ଚାୟତ ଅଧିନସ୍ଥ ଖୁଲାରୀ ଗାଁରେ ପଂଚାୟତ ପୋଖରୀ ଖନନ ଓ ଏମଜିଏନଆରଜିଏସ ଯୋଜନାରେ କାମ କରିଥିବା ଶ୍ରମିକଙ୍କୁ ଦୀର୍ଘର୍ ନଅ ମାସ ହେଲା ମଜୁରୀ ମିଳିନଥିବା ଅଭିଯୋଗ ହୋଇଛି। ଏହି କାମ ଲାଗି ୧୧ ଦିନ ଧାର୍ଯ୍ୟ ହୋଇଥିବା ବେଳେ ୨୦ ଜଣିଆ ଗ୍ରୁପ ଗଠନ ହୋଇଥିଲା। ସେମାନଙ୍କୁ ଟଙ୍କା ଦିଆଯାଉ ନଥିବାରୁ ସେମାନଙ୍କ ପରିବାର ଲୋକେ ନାହିଁ ନଥିବା ଅସୁବିଧା ଭିତରେ ଗତି କରୁଛନ୍ତି।

ଜବକାର୍ଡ ଶ୍ରମିକମାନଙ୍କ ମଧ୍ୟରେ ଅସନ୍ତୋଷ ତେଜୁଥିବା ବେଳେ ସେମାନେ ଉତ୍ୟକ୍ତ ହୋଇ ପଂଚାୟତ କାର୍ଯ୍ୟାଳୟ ଭିତରେ ଥିବା ଜିଆରଏସ, ଭିଏଲଡବ୍ଲ୍ୟୁଙ୍କୁ ତାଲା  ଦୀର୍ଘ ୭ ଘଣ୍ଟା ପର୍ଯ୍ୟନ୍ତ ତାଲା ପକାଇ ଦେଇଥିଲେ। ଏହି ଘଟଣା  ସମ୍ପର୍କରେ କୋଇଲପୁର ଗ୍ରାମ ପଞ୍ଚାୟତର ସରପଞ୍ଚ ବର୍ଷାରାଣୀ ରାଉତଙ୍କୁ  ଟେଲିଫୋନ୍ କରି ଯୋଗେ ଅବଗତ କରାଇବା ପରେ ସେ ଟଂକା ନେଇ ସେମାନଙ୍କ ଆକାଉଣ୍ଟକୁ ପଠାଇ ଦେଇଛନ୍ତି ବୋଲି କହିଥିଲେ।  ରାଜକନିକା ବ୍ଲକର ବିଡିଓ ଅଶୋକ କୁମାର ମହାନ୍ତିଙ୍କୁ ଅବଗତ କରାଇବାରୁ  ସେ ଏ ଘଟଣା ସଂପର୍କରେ ଅବଗତ ନଥିବା କହିବା ସହ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ମତବ୍ୟକ୍ତ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button