ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା

ଆସାମ: ଆସାମର ମୁଖ୍ୟମନ୍ତ୍ରୀଭାବେ ହିମନ୍ତ ବିଶ୍ୱଶର୍ମା ସୋମବାର ଶପଥ ଗ୍ରହଣ କରିଛନ୍ତି ।  ଏନେଇ ଶଙ୍କରଦେବ କଳାକ୍ଷେତ୍ରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ହିମନ୍ତ ବିଶ୍ୱଶର୍ମାଙ୍କୁ ରାଜ୍ୟପାଳ  ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।  ହିମନ୍ତଙ୍କ ସହ ତାଙ୍କ କ୍ୟାବିନେଟ ଟିମ ସଦସ୍ୟ ମଧ୍ୟ ଶପଥ ନେଇଛନ୍ତି ।  ଶପଥ ସମାରୋହରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉପସ୍ଥିତ ଥିଲେ । ପ୍ରକାଶ ଯେ, ଗତ ବିଧାନସଭା ନିର୍ବାଚନରେ ଆସାମରେ ବିଜେପିକୁ ୬୦ ଆସନ ମିଳିଥିଲା  । ଅପରପକ୍ଷରେ ଏହାର ସହଯୋଗୀ ଦଳଗୁଡ଼ିକ ମଧ୍ୟ ନିର୍ବାଚନରେ ସଫଳ ହୋଇଥିଲେ  । ଏନଡ଼ିଏକୁ ୭୫ ଆସନ ମିଳିଥିବାବେଳେ ଉପାକୁ ୫୦ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା  । ତେବେ ଅନ୍ୟ ସବୁ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀମାନେ ଶପଥ ନେଇ ସାରିଥିବାବେଳେ ଆସାମରେ କିନ୍ତୁ ଅଙ୍କ ଛିଣ୍ଡିପାରିନଥିଲା  । ହେମନ୍ତ ବିଶ୍ୱ ଶର୍ମା ଏକଦା କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ  । ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇଥିଲେ  । ଯାହାଫଳରେ ବିଜେପି ବେଶ ଶକ୍ତିଶାଳୀ ହୋଇପାରିଥିଲା । ଆସାମରେ ପ୍ରଥମ ଥର ପାଇଁ ଐତିହାସିକ ବିଜୟ ହାସଲ କରିବା ପରେ ସମସ୍ତେ ଭାବୁଥିଲେ ହିମନ୍ତ ବିଶ୍ୱଶର୍ମା ହିଁ ମୁଖ୍ୟମନ୍ତ୍ରୀ ହେବେ  । ତେବେ ତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ହିଁ ସନ୍ତୁଷ୍ଟ ହେବାକୁୁ ପଡ଼ିଥିଲା  । କିନ୍ତୁ ଏଥର ଆସାମର ମୁଖ୍ୟମନ୍ତ୍ରୀଭାବେ ହିମନ୍ତ ବିଶ୍ୱଶର୍ମା ସୋମବାର ଶପଥ ଗ୍ରହଣ କରିଛନ୍ତି

Related Articles

Leave a Reply

Your email address will not be published.

Back to top button