ମୋଦିଙ୍କ ‘ମନ୍ କି ବାତ୍’ରେ ୩ ଓଡ଼ିଆଙ୍କୁ ପ୍ରଶଂସା
ଭୁବନେଶ୍ୱର: ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଜଣ ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି । ସେମାନେ ହେଲେ କେନ୍ଦ୍ରାପଡ଼ାର ବିଜୟ କାବି, ପାରାଦୀପର ଅମରେଶ ସାମନ୍ତ ଓ ଭୁବନେଶ୍ୱରର ପୁଷ୍ପା ଶୁକ୍ଲା । ଜଙ୍ଗଲ ସୃଷ୍ଟି ପାଇଁ ମୋଦି ବିଜୟ କାମି ଓ ଅମରେଶଙ୍କୁ ପ୍ରଶଂସା କରିବା ସହ ପୁଷ୍ପାଙ୍କ ଚିଠି ବିଷୟରେ କହିଛନ୍ତି । ବାତ୍ୟାରୁ ରକ୍ଷା ପାଇଁ ବିଜୟ ୨୫ ଏକର ଜମିରେ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଛନ୍ତି । ବଡ଼କୋଟ ଗାଁ ବାହାରେ ୧୨ ବର୍ଷର ଉଦ୍ୟମରୁ ସେ ଜଙ୍ଗଲ ସୃଷ୍ଟି କରିଛନ୍ତି । ଆଜି ଏହି ଜଙ୍ଗଲ ଗାଁକୁ ବାତ୍ୟାରୁ ସୁରକ୍ଷା ଦେଉଥିବା ମୋଦି କହିଛନ୍ତି । ସେହିପରି ପାରାଦୀପର ଯନ୍ତ୍ରୀ ଅମରେଶ ସାମନ୍ତ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି । ଏହି ସବୁ ଜଙ୍ଗଲ ଏବେ ଅନେକ ଗାଁକୁ ସୁରକ୍ଷା ଦେଉଥିବା ମୋଦି କହିଛନ୍ତି । ଏହାଛଡ଼ା ମନ କି ବାତରେ ପୁଷ୍ପାଙ୍କ ଚିଠି ବିଷୟରେ କହିଛନ୍ତି । ଟିକାକୁ ନେଇ ବୟସ୍କଙ୍କ ଉତ୍ସାହ ମନ କି ବାତରେ କହିବାକୁ ପୁଷ୍ପା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ । ପୂର୍ବରୁ ଯୁବକଙ୍କୁ ସେନାରେ ସାମିଲ ପାଇଁ ମାଗଣାରେ ବହୁ ଯୁବକଙ୍କୁ ଟ୍ରେନିଂ ଦେଉଥିବା ଜଗତସିଂହପୁରର ଜିଲ୍ଲାର ଜଣେ ଯୁବକଙ୍କୁ ମୋଦି ପ୍ରଶଂସା କରିଥିଲେ ।