ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ ନୂଆ ନିୟମ ଜାରି

ଅଗଷ୍ଟରୁ ନାମଲେଖା, ସେପ୍ଟେମ୍ବରରେ କ୍ଲାସ

ଭୁବନେଶ୍ବର : ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ଅଲ୍‌ ଇଣ୍ଡିଆ କାଉନସିଲ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ(ଏଆଇସିଟିଇ) ପକ୍ଷରୁ ବୈଷୟିକ ଶିକ୍ଷାନୁଷ୍ଠାନ ପାଇଁ କ୍ୟାଲେଣ୍ଡର ଜାରି ହୋଇଛି। ଜୁନ୍‌ ୨୦ ସୁଦ୍ଧା ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକୁ ଗ୍ରାଣ୍ଟ ପ୍ରଦାନ କରାଯିବ ଏବଂ ଜୁଲାଇ ୧୫ ସୁଦ୍ଧା ବିଶ୍ବବିଦ୍ୟାଳୟ ଓ ବୋର୍ଡ ଦ୍ବାରା ଅନୁବନ୍ଧିତ ହେବେ। ଅଗଷ୍ଟ ୩୧ ସୁଦ୍ଧା ପ୍ରଥମ ରାଉଣ୍ଡ କାଉନସେଲିଂ ଶେଷ ହେବା ସହ ନାମଲେଖା ଲାଗି ସିଟ୍‌ ଆଲଟ୍‌ମେଣ୍ଟ ହେବ। ବର୍ତ୍ତମାନ ବିଭିନ୍ନ ବୈଷୟିକ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ କ୍ଲାସ ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବ। ସେପ୍ଟେମ୍ବର ୯ ସୁଦ୍ଧା ଦ୍ବିତୀୟ ରାଉଣ୍ଡ କାଉନସେଲିଂ ଓ ନାମଲେଖା ଲାଗି ସିଟ୍‌ ଆଲ୍‌ଟମେଣ୍ଟ ହେବ। ବୈଷୟିକ ପାଠ୍ୟକ୍ରମ ଲାଗି ପାଇଁ ସିଟ୍‌ ବାତିଲ୍‌ ଓ ସମ୍ପୂର୍ଣ୍ଣ ଫି’ ଫେରସ୍ତ ପ୍ରକ୍ରିୟା ସେପ୍ଟେମ୍ବର ୧୦ ସୁଦ୍ଧା ଶେଷ ହେବ। ବୈଷୟିକ ପାଠ୍ୟକ୍ରମଗୁଡ଼ିକର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ। ଲାଟେରାଲ ଏଣ୍ଟ୍ରି ନାମଲେଖା ନାମଲେଖା ସେପ୍ଟେମ୍ବର ୨୦ ସୁଦ୍ଧା ଶେଷ ‌କରିବାକୁ ଏଆଇସିଟିଇ ପକ୍ଷରୁ କୁହାଯାଇଛି। କେବଳ ପିଜିଡିଏମ୍‌/ପିଜିସିଏମ୍‌ ପାଠ୍ୟକ୍ରମରେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ଜୁନ୍‌ ୩୦ ସୁଦ୍ଧା ଗ୍ରାଣ୍ଟ ହାସଲ କରିବେ। ଜୁଲାଇ ପହିଲାଠାରୁ ପୁରୁଣା ପିଲାଙ୍କ ପାଠପଢ଼ା ଆରମ୍ଭ ହେବ। ପିଜିଡିଏମ୍‌/ପିଜିସିଏମ୍‌ ପାଠ୍ୟକ୍ରମ ଲାଗି ପାଇଁ ସିଟ୍‌ ବାତିଲ୍‌ ଓ ସମ୍ପୂର୍ଣ୍ଣ ଫି’ ଫେରସ୍ତ ପ୍ରକ୍ରିୟା ଜୁଲାଇ ୫ ସୁଦ୍ଧା ଶେଷ କରାଯିବ। ଜୁଲାଇ ୧୦ ସୁଦ୍ଧା ଶିକ୍ଷାନୁଷ୍ଠାନରେ ନାମଲେଖା ‌ଶେଷ ହେବ। ଅନ୍‌ଲାଇନ୍‌ରେ ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଜୁନ୍‌ ୩୦ ସୁଦ୍ଧା ଗ୍ରାଣ୍ଟ ପ୍ରଦାନ କରାଯିବ। ସେପ୍ଟେମ୍ବର ପହିଲା ସୁଦ୍ଧା ବିଭିନ୍ନ ପାଠ୍ୟକ୍ରମର ପ୍ରଥମ ସେସନ ଓ ୨୦୨୨ ଫେବ୍ରୁଆରି ପାହିଲାରୁ ଦ୍ୱିତୀୟ ସେସନ ନାମଲେଖା ‌ସାରିବାକୁ କୁହାଯାଇଛି। ଆହୁରି କୁହାଯାଇଛି ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ଏଆଇସିଟିଇ ଓ ୟୁଜିସି ଦ୍ୱାରା ବିଭିନ୍ନ ସମୟରେ ଜାରି ନିୟମାବଳୀ ପାଳନ କରିବା ବାଧ୍ୟତାମୂଳକ। ଶିକ୍ଷାନୁଷ୍ଠାନଗୁଡ଼ିକ ଅନଲାଇନ୍‌/ଅଫଲାଇନ୍‌ କିମ୍ବା ଉଭୟ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ପ୍ରଦାନ କରିପାରିବେ। କରୋନା ସ୍ଥିତିକୁ ଦେଖି ଶିକ୍ଷା ବର୍ଷ କ୍ୟାଲେଣ୍ଡର ପରିବର୍ତ୍ତନ ହୋଇପାରେ। ଯଦି କୌଣସି ଶିକ୍ଷାନୁଷ୍ଠାନ ବିନା ଅନୁମୋଦନରେ ଛାତ୍ରଛାତ୍ରୀଙ୍କ ନାମଲେଖା କରାଉଥିବା ନଜରକୁ ଆସନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related Articles

Leave a Reply

Your email address will not be published.

Back to top button