ବାତିଲ ହେଲା +୨ ପରୀକ୍ଷା

ଭୁବନେଶ୍ୱର:  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର +୨ ପରୀକ୍ଷାକୁ ବାତିଲ କରିଦେଇଛନ୍ତି ।  +୨ ପରୀକ୍ଷା ବାତିଲ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।  କରୋନା ପାଇଁ ପରୀକ୍ଷା ସମ୍ଭବ ହେଉନଥିବାରୁ  +୨ ପରୀକ୍ଷାକୁ ବାତିଲ କରାଯାଇଛି ।  ପରୀକ୍ଷା ଠାରୁ ଛାତ୍ରଛାତ୍ରୀଙ୍କ ଜୀବନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।  ସାରା ଦେଶରେ କୋଭିଡ ମହାମାରୀର ଦ୍ଵିତୀୟ ଲହର ବର୍ତ୍ତମାନ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପିଲାମାନଙ୍କ ପାଠପଢା ଓ ଲୋକମାନଙ୍କର ଜୀବନଜୀବିକା । କିନ୍ତୁ ଏସବୁ ଠାରୁ ଉର୍ଦ୍ଧ୍ଵରେ ରହିଛି ମଣିଷ ଜୀବନର ସୁରକ୍ଷା । 

ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ସମସ୍ତଙ୍କ ସ୍ଵାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପରିଚାଳିତ ଚଳିତ ବର୍ଷର ବାର୍ଷିକ ଦ୍ଵାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଗଲା ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।ଏଥିସହ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷଜ୍ଞଙ୍କ ପରାମର୍ଶର ସିଏଚଏସଇ ନିର୍ଦ୍ଧାରିତ ମାପଦଣ୍ଡରେ ମୂଲ୍ୟାୟନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।  ତେବେ ମୂଲ୍ୟାୟନରେ ସନ୍ତୁଷ୍ଟ ନଥିବା ପିଲା ଚାହିଁଲେ ପରୀକ୍ଷା ଦେଇପାରିବେ ।  ପରିସ୍ଥିତି ସ୍ୱାଭାବିକ ହେଲେ ମୂଲ୍ୟାୟନରେ ଅସନ୍ତୁଷ୍ଟ ପିଲାମାନେ  ପରୀକ୍ଷା ଦେଇପାରିବେ ।  ପରିସ୍ଥିତି ସମୀକ୍ଷା କରି ପରୀକ୍ଷା କେବେ କରାଯିବ ସେନେଇ ସିଏଚଏସଇ ନିର୍ଣ୍ଣୟ କରିବ ।  ୨ ଦିନ ତଳେ ସିବିଏସଇ ପକ୍ଷରୁ ଦ୍ୱାଦଶ ପରୀକ୍ଷାକୁ ବାତିଲ କରାଯାଇଥିଲା ।  ପୂର୍ବରୁ ମଧ୍ୟ ରାଜ୍ୟ ସରକାର ମାଟ୍ରିକ ପରୀକ୍ଷାକୁ ମଧ୍ୟ ବାତିଲ କରିସାରିଛନ୍ତି । 

Related Articles

Leave a Reply

Your email address will not be published.

Back to top button