ବର୍ଷା-ଅନୁଭବ ବିବାଦ

କୋର୍ଟରେ ବର୍ଷାଙ୍କ ପ୍ରଥମ ଜିତ

ଭୁବନେଶ୍ୱର : ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ବିବାଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି  । ଉଭୟଙ୍କର ପାରିବାରିକ ବିବାଦ ଓଲିଉଡ଼ ଠାରୁ ନେଇ ରାଜନୈତିକ ମହଲରେ ବି ବେଶ ଚର୍ଚ୍ଚାର ଖୋରାକ ଯୋଗାଇଛି  । ଗୋଟିଏ ପଟେ ପାରିବାରିକ ବିବାଦକୁ ନେଇ ବର୍ଷା କଟକ କୋର୍ଟରେ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ଅପରପକ୍ଷରେ ବର୍ଷାଙ୍କୁ ଛାଡ଼ପତ୍ର ଦେବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟରେ ଅନୁଭବ ବି ମାମଲା କରିଥିଲେ  । ତେବେ ଦିଲ୍ଲୀ କୋର୍ଟରେ ଶୁଣାଣୀ ନକରି କଟକ କୋର୍ଟରେ ମାମଲାର ଶୁଣାଣୀ କରିବାକୁ ବର୍ଷା କୋର୍ଟଙ୍କ ନିକଟରେ ଦାବି କରିଥିଲେ  । ଉଭୟଙ୍କର ଏହି ଆଇନଗତ ବିବାଦରେ ବର୍ଷାଙ୍କର ପ୍ରଥମ ଜିତ ହୋଇଛି କହିଲେ ଭୁଲ ହେବନାହିଁ  । କାହିଁକିନା କଟକ ଫ୍ୟାମିଲି କୋର୍ଟକୁ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ସ୍ଥାନାନ୍ତରିତ ହୋଇଛି । ପଟିଆଲା ହାଉସ କୋର୍ଟ ନୁହେଁ ବରଂ କଟକରେ ଏହି ମାମଲା ଚାଲିବ ବୋଲି ଜଣାଯାଇଛି ।

ଅପର ପକ୍ଷରେ ଅନୁଭବଙ୍କ ଓକିଲ ‘ମାମଲା ସ୍ଥାନାନ୍ତର ପାଇଁ ପିଟିସନକୁ ଆମେ ବିରୋଧ କରିନଥିଲୁ  । ଯଥାଶୀଘ୍ର ମାମଲାର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା  । ପରବର୍ତୀ ତାରିଖରେ କଟକ ଫ୍ୟାମିଲି କୋର୍ଟରେ ମାମଲାର ଶୁଣାଣି ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି  । ମାମଲାର ତ୍ୱରିତ ବିଚାର ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।  ସୂଚନାଯୋଗ୍ୟଯେ, ପାରିବାରିକ ବିବାଦ କାରଣରୁ ଅନୁଭବ ମହାନ୍ତିଙ୍କର ରାଜନୈତିକ କ୍ୟାରିୟର ବି ପ୍ରଭାବିତ ହୋଇଛି  । ସମ୍ପ୍ରତି ସେ ଦଳରୁ କୋଣଠେସା ହୋଇପଡ଼ିଛନ୍ତି  । ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଆଗଭଳି ତାଙ୍କୁ ଆଉ ଡକା ଯାଉନାହିଁ  । 

Related Articles

Leave a Reply

Your email address will not be published.

Back to top button