ଖୁବଶୀଘ୍ର ପୌର ନିର୍ବାଚନ : ପ୍ରତାପ ଜେନା

ଭୁବନେଶ୍ୱର : ଖୁବଶୀଘ୍ର ରାଜ୍ୟରେ ହେବ ପୌର ନିର୍ବାଚନ  । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା  । ସେ କହିଛନ୍ତି ଯେ, ପୌର ନିର୍ବାଚନରେ ସଂରକ୍ଷଣ ୫୦% ମଧ୍ୟରେ ସୀମିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  । ତଦନୁଯାୟୀ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି  । ଖୁବଶୀଘ୍ର ପୌର ନିର୍ବାଚନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି  ।

ସୂଚନାଯୋଗ୍ୟଯେ, ୨୦୧୮ରେ ପୌର ନିର୍ବାଚନ ହେବା କଥା  । କିନ୍ତୁ ସରକାର ସଂରକ୍ଷଣକୁ ୫୦%ରୁ ଉର୍ଦ୍ଧ୍ବକୁ ବୃଦ୍ଧି କରିଥିବାରୁ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା  । ପରେ ମାମଲା ହାଇକୋର୍ଟରେ ପହଁଚିଥିଲା  । ତେବେ ସଂରକ୍ଷଣ ୫୦% ଭିତରେ ସୀମିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ  । କିନ୍ତୁ ସରକାର ପଦକ୍ଷେପ ନନେବାରୁ ଗତ ତିନି ବର୍ଷ ଧରି ନିର୍ବାଚନ ହୋଇପାରୁନାହିଁ  । ଗତବର୍ଷ ନିର୍ବାଚନ ହେବାନେଇ କୁହାଯାଉଥିଲେବି କରୋନା ସବୁ ବିଗାଡ଼ି ଦେଇଥିଲା  । ତେବେ ଚଳିତ ବର୍ଷ ନିର୍ବାଚନ କରିବା ନେଇ ମନ୍ତ୍ରୀ ଘୋଷଣା କରିବା ପରେ ଏବେ ସହର ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି  ।

Related Articles

Leave a Reply

Your email address will not be published.

Back to top button