କୋଭାକ୍ସିନର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ କରିବ ଭାରତ ବାୟୋଟେକ

ହାଇଦ୍ରାବାଦ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ କୋଭିଡ ଟିକା କୋଭାକ୍ସିନର ଉପକାରିତାକୁ ନେଇ ପ୍ରଶ୍ନ ଉଠିବା ପରେ ଟିକା ପ୍ରସ୍ତୁତ କରିଥିବା ଫାର୍ମା କମ୍ପାନୀ ଭାରତ ବାୟୋଟେକ ପକ୍ଷରୁ ୪ର୍ଥ ପର୍ଯ୍ୟାୟ ପରୀକ୍ଷଣ ନେଇ ଘୋଷଣା କରାଯାଇଛି। ୩ୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ଡିସିଜିଆଇକୁ ପ୍ରଦାନ କରାଯିବା ପରେ ପୂର୍ଣ୍ଣ ଲାଇସେନ୍ସ ପାଇଁ କୁହାଯିବା ବୋଲି ଫାର୍ମା କମ୍ପାନୀ ପକ୍ଷରୁ କୁହାଯାଇଛି। ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି ଯେ ୪ର୍ଥ ପର୍ଯ୍ୟାୟ ପରୀକ୍ଷଣ କେବଳ ଟିକାର ଉପକାରିତା ପ୍ରମାଣ ପାଇଁ ନୁହେଁ, ଏହାର କିପରି ବୈଜ୍ଞାନିକ ଗୁଣବତ୍ତାକୁ ନେଇ ପ୍ରସ୍ତୁତ କରାଯାଇଛି ତାହାର ପ୍ରମାଣ ମଧ୍ୟ ଉପସ୍ଥାପନା କରାଯିବ ବୋଲି କୁହାଯାଇଛି।

ପୂର୍ଣ୍ଣ ଲାଇସେନ୍ସ ପାଇବା ଲକ୍ଷ୍ୟରେ ଥିବା କୋଭାକ୍ସିନ ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ ସମ୍ପୂର୍ଣ୍ଣ ଭାବେ ହସ୍ତଗତ ହୋଇ ନ ଥିଲେ ବି ଏହାର ସଫଳତା ହାର ସାଧାରଣରେ ୭୮ ପ୍ରତିଶତ ଓ ମେଡିକାଲ ବ୍ୟବହାର କ୍ଷେତ୍ରରେ ପୂରା ୧୦୦ ପ୍ରତିଶତ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଖବୁ ଶିଘ୍ର ରିପୋର୍ଟ ଡିସିଜିଆଇକୁ ଦିଆଯିବ। ନିକଟରେ କେତେକ ସର୍ଭେ ସଂସ୍ଥା ପକ୍ଷରୁ ଭାରତରେ ପ୍ରସ୍ତୁତ କୋଭିଶିଲ୍ଡ ଟିକା କୋଭାକ୍ସିନ ଠାରୁ ବେଶି ଉପକାରୀ ଓ ଏହାର ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୋଲି ପ୍ରକାଶ କରିବା ପରେ ଏବେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହିପରି ସ୍ଥିତିରେ ଭାରତ ବାୟୋଟେକ ୪ର୍ଥ ପର୍ଯ୍ୟାୟ ପରୀକ୍ଷଣ ଜରିଆରେ ସମସ୍ତ ସନ୍ଦେହ ଦୂର କରିବାକୁ ଅଣ୍ଟା ଭିଡିଛି।

Related Articles

Leave a Reply

Your email address will not be published.

Back to top button