କୋହଲି-ଶାସ୍ତ୍ରୀଙ୍କ କୌଶଳ ଭାଇରାଲ୍‌

ମୁମ୍ବାଇ: ଭାରତୀୟ ଦଳ ଗୁରୁବାର ଲଣ୍ଡନ୍‌ରେ ପାଦ ଥାପିଥିବା ବେଳେ ନ୍ୟୁଜିଲାଣ୍ଡ୍ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍‌ସିପ୍‌ ଫାଇନାଲ୍‌ର ଯୋଜନା ଲିକ୍‌ ହୋଇଯାଇଛି। ଅଧିନାୟକ ବିରାଟ କୋହଲି ଏବଂ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ମଧ୍ୟରେ ହେଉଥିବା ଏକ ଅଡିଓ ଭାଇରାଲ୍‌ ହୋଇଯିବାରୁ ଏବେ ବାସ୍ତବ ଯୋଜନା କିଭଳି ହେଉଛି କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଛି। ଉଭୟଙ୍କ କଥାବାର୍ତାରୁ ଜଣାପଡୁଛି ୧୮ ତାରିଖରୁ ଖେଳାଯିବାକୁ ଥିବା ଫାଇନାଲରେ ଦୁଇ ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ମହମ୍ମଦ ସିରାଜ ଚୂଡ଼ାନ୍ତ ଏକାଦଶରେ ରହିବେ। ୧୮ ତାରିଖରୁ ଏହି ଫାଇନାଲ୍ ସାଉଥାମ୍ପଟନ୍‌ର ଏଜିସ୍ ବାଉଲ୍‌ରେ ଖେଳାଯିବ। ଏହି ଅଡିଓରେ କୋହଲି କହୁଛନ୍ତି ‘ତାଙ୍କ ଦଳରେ ବାମହାତୀ ଥିବାରୁ ଆମେ ତାଙ୍କୁ ରାଉଣ୍ଡ୍ ଦି ୱିକେଟ୍ ବୋଲିଂ କରାଇବୁ। ସିରାଜଙ୍କୁ ଆରମ୍ଭରୁ ଲଗାଇବୁ’। ଶାସ୍ତ୍ରୀ ମଧ୍ୟ ଏଥିରେ ‘ହଁ’ ଭରୁଛନ୍ତି।

ଅଡିଓରୁ ଏ କଥା ମଧ୍ୟ ଶୁଣିବାକୁ ମିଳୁଛି ଯେ ‘ଫାଇନାଲ୍ ମ୍ୟାଚ୍‌ ପାଇଁ ଆମେ ଯେଉଁ ପରିଶ୍ରମ କରିଛୁ, ତାକୁ ଆମ ନିକଟରୁ କେହି ଛଡ଼ାଇ ନେଇ ପାରିବେ ନାହିଁ। ‘ଫୁଟ୍‌ବଲ୍ ଭଳି ଖେଳ ହେବ, ଆମ ସ୍ତରକୁ ଉପରେ ରଖିବୁ’ ବୋଲି କୋହଲି କହିଥିଲେ। ତେବେ ଭାରତୀୟ ଦଳ ସଙ୍ଗରୋଧରୁ ବାହାରି ଫାଇନାଲ୍ ଖେଳିବାକୁ ଯାଉଥିବା ବେଳେ ନ୍ୟୁଜିଲାଣ୍ଡ୍‌ ଦଳ ବୁଧବାରଠାରୁ ଇଂଲଣ୍ଡ ବିପକ୍ଷରେ ୨ ମ୍ୟାଚ୍‌ ଟେଷ୍ଟ୍ ଶୃଙ୍ଖଳା ଅଭିଯାନ ଆରମ୍ଭ କରିଥିବାରୁ ଫାଇଦାରେ ରହିବ ବୋଲି ବିଶ୍ବାସ କରାଯାଉଛି।

Related Articles

Leave a Reply

Your email address will not be published.

Back to top button