ଓଡ଼ିଶାକୁ କେଜରିୱାଲଙ୍କ ପ୍ରଶଂସା

ଭୁବନେଶ୍ୱର:  ବିଭିନ୍ନ ବିପତ୍ତି ସମୟରେ ଓଡ଼ିଶା ସବୁବେଳେ ପ୍ରଶଂସା ସାଉଁଟିଥାଏ । ବର୍ତ୍ତମାନ କରୋନା  ସମୟରେ ବି  ଓଡ଼ିଶା ପ୍ରଶଂସା ସାଉଁଟିଛି । ଏହି ପ୍ରଶଂସା ଆଉ କେହି କରିନାହାନ୍ତି, ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପ୍ରଶଂସାରେ ପୋତି ପକାଇଛନ୍ତି । କରୋନା ବେଳେ ଅକ୍ସିଜେନ ଯୋଗାଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଓଡ଼ିଶାକୁ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ, ଦିଲ୍ଲୀକୁ ଆସୁଥିବା ଅକ୍ସିଜେନ ଟ୍ରକ ବିଭିନ୍ନ ରାଜ୍ୟରେ ଅଟକାଯାଉଛି ।  ନିଜ ରାଜ୍ୟ ପାଇଁ ଅକ୍ସିଜେନ ରଖିବାକୁ ଚାହିଁ ଦିଲ୍ଲୀ ଟ୍ରକ ଅଟକାଯାଉଛି ।  ଏଭଳି ସ୍ଥିତିରେ ଓଡ଼ିଶାରୁ ଆମକୁ ଯଥେଷ୍ଟ ଅକ୍ସିଜେନ ମିଳିଛି । ଆମେ ଚାହୁଁଛୁ ଓଡ଼ିଶାରୁ ବିମାନ ଯୋଗେ ଅକ୍ସିଜେନ ଆସୁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି । ସେହିପରି ଦିଲ୍ଲୀ ଅକ୍ସିଜେନ କୋଟା ୪୮୦ ଟନ ବୃଦ୍ଧି ପାଇଁ କେଜରିୱାଲ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଛନ୍ତି ।  ଅନ୍ୟ ରାଜ୍ୟମାନଙ୍କୁ ସହଯୋଗର ହାତ ବଢାଇବାକୁ କେଜରିୱାଲ ନିବେଦନ କରିଛନ୍ତି ।  ସବୁ ରାଜ୍ୟ ସରକାର ଏକାଠି ହେଲେ ଆମେ ଲଢେଇ ଜିତି ପାରିବା  । ଦିଲ୍ଲୀରୁ ଯାହା ସହଯୋଗ ଆବଶ୍ୟକ ଆମେ ନିଶ୍ଚିତ ଯୋଗାଇବୁ ବୋଲି  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button