ବିବାହ ପାଇଁ ୨୮ କିମି ଚାଲିଲେ ବର ଓ ପରିବାର ଲୋକେ

ଭୁବନେଶ୍ୱର : ପାର୍ତ୍ତିବେଡ଼ା ଗାଁର ଜଣେ ଯୁବକ ବାହା ହେବାକୁ ୨୮ କିମି ଚାଲି ଚାଲି ଯାଇଥିବା ଦେଖିବାକୁ ମିଳିଛି । ପାର୍ତ୍ତିବେଡ଼ା ଗାଁର ଯୁବକ ନରେଶ ପ୍ରାସ୍କା ଆଦିବାସୀ ପରମ୍ପରା ଅନୁଯାୟୀ ବିବାହ କରିବା ପାଇଁ ପୂଜାରିଗୁଡା ପଞ୍ଚାୟତର ଡିବିଲିପାଡୁ ଗାଁକୁ ଯିବା ପାଇଁ ୪ଟି ଗାଡି ଭଡା କରିଥିଲେ । କିନ୍ତୁ ବିବାହ ସମୟରେ ଚାଳକ ମହାସଂଘ ପକ୍ଷରୁ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ କରିଥିଲେ । ସେହି ସମୟରେ ଉକ୍ତ ଅଂଚଳର ସମସ୍ତ ଚାଳକମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଗାଡି ନେଇନଥିଲେ । ଯାହା ଫଳରେ ନରେଶଙ୍କ ବିବାହ ବେଳା ଗଡି ଯିବ ବୋଲି ଗୁରୁବାର ସନ୍ଧ୍ୟା ୬ଘଣ୍ଟାରେ ଗାଁରୁ ବାହାରି ପ୍ରାୟ ୨୮ କିମି ପରିବାର ଲୋକେ, ବନ୍ଧୁବାନ୍ଧବ ସମସ୍ତେ ମିଶି ଚାଲି ଚାଲି କନ୍ୟା ଘର ପୂଜାରିଗୁଡା ପଞ୍ଚାୟତର ଡିବିଲିପାଡୁ ଗାଁରେ ଭୋର ୩ଟା ସମୟରେ ପହଞ୍ଚିଥିଲେ । ବିବାହରେ ଲାଗୁଥିବା ଜିନିଷଗୁଡିକ ବାଇକରେ ବୋହି ନେଇଥିବା ଦେଖିବାକୁ ମିଳିଛି । ଆଜି ବିବାହ ଉତ୍ସବ ସାରି ପୁଣି ସନ୍ଧ୍ୟାରେ କନ୍ୟାକୁ ଧରି ଚାଲି ଆସିବେ ବୋଲି ପରିବାର ଲୋକେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button