ପୁଲିସ-ଡ୍ରାଇଭର୍ ମହାସଙ୍ଘ କର୍ମକର୍ତ୍ତା ମୁହାଁମୁହିଁ

ଭୁବନେଶ୍ବର : ସମ୍ବଲପୁରରେ ଡ୍ରାଇଭର କର୍ମକର୍ତ୍ତା ଓ ପୋଲିସ ମୁହାଁମୁହିଁ। ଡ୍ରାଇଭର ମହାସଙ୍ଘର କର୍ମକର୍ତ୍ତା ରାସ୍ତାରୋକ ପାଇଁ ଉଦ୍ୟମ କଲାବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଶହେ କର୍ମକର୍ତ୍ତାଙ୍କୁ ପୋଲିସ ଅଟକ ରଖିଛି। ସୂଚନାନୁଯାୟୀ, ସମ୍ବଲପୁର–ଦେବଗଡ଼ ରାସ୍ତାର ଜୟନ୍ତପୁର ଛକରେ ଆନ୍ଦୋଳନରେ ୧୦୦ରୁ ଅଧିକ ଡ୍ରାଇଭର ବସିଥିଲେ । ଆନ୍ଦୋଳନ ସହ ରାସ୍ତା ଅବରୋଧ କରିବାକୁ ଯୋଜନା କରୁଥିଲେ । ଏଥିରେ ପୁଲିସ ବାଧା ଦେବାରୁ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିଲା । ଘଟଣା ସ୍ଥଳରେ ଥିବା ୧୦୦ ରୁ ଅଧିକ ଡ୍ରାଇଭରଙ୍କୁ ପୁଲିସ ଉଠାଇ ନେଇ ଅଟକ ରଖିଛି । ଅନ୍ୟପକ୍ଷରେ ଗତ ଦୁଇ ଦିନ ଡ୍ରାଇଭରଙ୍କ ଆନେ୍ଦାଳନ ପରେ ଆଜି ପ୍ରତ୍ୟାହୃତ ହେବା ନେଇ ଯେଉଁ ଆଶା କରାଯାଉଥିଲା ସେଥିରେ ଫସର ଫାଟିଯାଇଛି । କାରଣ ରାଜ୍ୟରେ  ଡ୍ରାଇଭର ଆନେ୍ଦାଳନ ଜାରି ରହିବା ନେଇ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେନ୍ଦୁଲି ସୂଚନା ଦେଇଛନ୍ତି  ଏକ ଭିଡିଓ ରିଲିଜ ଜରିଆରେ  ସେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆନ୍ଦୋଳନ ଜାରି ରହିଛି ଓ ଆଗକୁ ମଧ୍ୟ ଜାରି ରହିବ ।  ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଗତକାଲି ଦେଇଥିବା ଲିଖିତ ପ୍ରତିଶ୍ରୁତିରେ ସଂଘର ସଦସ୍ୟ ଖୁସି ନଥିବା ଶ୍ରୀ ମେନ୍ଦୁଲି କହିଛନ୍ତି । ସଂଘର ଦାବି ପୂରଣ ନେଇ  ସରକାର ଘୋଷଣା ନକରିବା ଯାଏଁ ଆନ୍ଦୋଳନ ଚାଲୁ ରଖାଯିବ ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button