ନ୍ୟୁଜିଲାଣ୍ଡ୍‌ରେ ୭.୧ ତୀବ୍ରତାର ଭୂକମ୍ପ

ନ୍ୟୁଜିଲାଣ୍ଡ୍‌ : ନ୍ୟୁଜିଲାଣ୍ଡ୍‌ର କରମାଡେକ୍ ଦ୍ୱୀପପୁଞ୍ଜରେ ଗୁରୁବାର ରିକ୍ଟର ସ୍କେଲ୍‌ରେ ୭.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ଆମେରିକାର ଭୂତତ୍ତ୍ବ ସର୍ଭେ ସଂସ୍ଥା ଅନୁଯାୟୀ, ଏହି ଭୂକମ୍ପ ୧୦ କିଲୋମିଟର ଗଭୀରରେ ସଂଘଠିତ ହୋଇଛି । ଏହି ଭୂକମ୍ପ ପରେ ସୁନାମୀ ପାଇଁ ଚେତାବନୀ ଦିଆଯାଇଛି। ତେବେ ନ୍ୟୁଜିଲାଣ୍ଡର  ଜାତୀୟ ଜରୁରୀକାଳିନ ପରିଚାଳନା ଏଜେନ୍ସି ପକ୍ଷରୁ ସୂଚନା ଦିଆଯାଇଛି ଯେ ଏହି ଭୂକମ୍ପ‌ରେ ନ୍ୟୁଜିଲାଣ୍ଡ୍‌ ପାଇଁ ସୁନାମୀ ବିପଦ ନାହିଁ।

Related Articles

Leave a Reply

Your email address will not be published.

Back to top button