ଭର୍ତ୍ତୃହରି ମହତାବ ଜଣେ ଜ୍ଞାନୀ ଲୋକ: ମୋକିମ

ଭୁବନେଶ୍ୱର: ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଜଣେ ଜ୍ଞାନୀ ଲୋକ ବୋଲି କଂଗ୍ରେସର କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି । ଏକ ପୁସ୍ତକ ଉନ୍ମୋଚନ ଅବସରରେ ଶ୍ରୀ ମହତାବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିବା ପ୍ରସଙ୍ଗରେ ମୋକିମ ଏହା କହିଛନ୍ତି । ସେ କହିଛନ୍ତି ଯେ ମୁଁ କଟକ ବାରବାଟୀ ବିଧାୟକ ଭାବେ କହିବି  ଭର୍ତ୍ତୃହରି ମହତାବ ଜଣେ ଜ୍ଞାନୀ ଲୋକ । ସେ ୬ଥର କଟକରୁ ନିର୍ବାଚିତ । ଏହାଛଡ଼ା ଦିଲ୍ଲୀରେ ଉଚ୍ଚ ପଦରେ କାମ କରୁଛନ୍ତି ।  ଆମର ଅଭ୍ୟାସ ଯିଏ ଉପରକୁ ଉଠିବାକୁ ଚେଷ୍ଟା କରେ ତାକୁ ତଳକୁ ଟାଣିବା ।  ଏହା ରାଜନୀତି ଓ ସାମାଜିକ କ୍ଷେତ୍ରରେ ଶୋଭା ନାଏ ନାହିଁ ।  କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଜଣେ ଜ୍ଞାନୀ ଲୋକଙ୍କୁ ପ୍ରଶଂସା କରିବାରେ ଅସୁବିଧା ନାହିଁ । ଯେଉଁମାନେ ଏହା ସହ୍ୟ କରିପାରୁନାହାନ୍ତି ସେମାନେ ବିରୋଧ କରିବେ ।  ତେବେ ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର ବୋଲି  କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button