ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନଯାତ୍ରା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:  ଭୁବନେଶ୍ୱରରୁ ଗଞ୍ଜାମ ରଙ୍ଗେଇଲୁଣ୍ଡା ବିମାନ ଯାତ୍ରାର ଶୁଭାରମ୍ଭ ହୋଇଛି । ବିମାନବନ୍ଦର ପରିସରରୁ ଏହି ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ ସିଟ୍ ବିଶିଷ୍ଟ ଏକ ବିମାନ ରଙ୍ଗେଇଲୁଣ୍ଡାରେ ଅବତରଣ କରିଛି । ଏହି ବିମାନ ଉଡାଣ ଦ୍ୱାରା ଭୁବନେଶ୍ୱରରୁ ବ୍ରହ୍ମପୁରକୁ ୧ ଘଣ୍ଟାର ଦୂରତା ହ୍ରାସ ପାଇବ । ବିମାନ ଉଡାଣ ଦ୍ୱାରା ଗଞ୍ଜାମ ଜିଲ୍ଲାବାସୀଙ୍କ ବହୁ ଦିନର ପ୍ରତୀକ୍ଷାର ଅନ୍ତଘଟିଛି । ପ୍ରାଥମିକ ପର୍ୟ୍ୟାୟରେ ରଙ୍ଗେଇଲୁଣ୍ଡା ବିମାନ ଘାଟିକୁ ୯ ସିଟ୍‌‌ ବିଶିଷ୍ଟ ବିମାନ ଉଡ଼ାଣ ଆରମ୍ଭ ହୋଇଛି। ପ୍ରତି ସପ୍ତାହରେ ଦୁଇ ଥର ଲେଖାଏଁ ଭୁବନେଶ୍ୱରରୁ ରଙ୍ଗେଇଲୁଣ୍ଡା ବିମାନ ଚଳାଚଳ କରିବ । ପରେ ଲୋକଙ୍କ ଚାହିଦା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ସମୟରେ ବିମାନ ଘାଟିର ଭିତ୍ତିଭୂମି ବଢିବା ପରେ ଦ୍ୱିତୀୟ ଓ ତୃତୀୟ ପର୍ୟ୍ୟାୟରେ ଆହୁରି ଅଧିକ ବିମାନ ଚଳାଚଳ ଓ ସିଟ୍‌‌ସଂଖ୍ୟା ବୃଦ୍ଧି ନେଇ ମଧ୍ୟ ନିଷ୍ପତ୍ତି ନିଆଯିବ । ସେହିପରି ଜେଟ୍‌ ଏରିନା ପକ୍ଷରୁ ଆକାଶ ଏୟାର ଲାଇନ୍ସ ଓଡ଼ିଶାରେ ଆରମ୍ଭ କରିବ ବିମାନ ସେବା । ଏହି ସେବା ଆସନ୍ତା ଏପ୍ରିଲ ୧୭ ତାରିଖଠାରୁ ଆରମ୍ଭ ହେବ ବୋଲି କମ୍ପାନୀ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି । ବେଙ୍ଗାଲୁରୁରୁ ଭୁବନେଶ୍ୱର, ଭୁବନେଶ୍ୱରରୁ ପୁଣେ ଏବଂ ପୁଣେରୁ ଭୁବନେଶ୍ୱରକୁ ମଧ୍ୟ ଉଡ଼ିବ ବିମାନ ।

Related Articles

Leave a Reply

Your email address will not be published.

Back to top button