ଆଖିତଳ କଳାଦାଗ ଭଲ ହେବା ପାଇଁ ଲଗାନ୍ତୁ ବାଦାମ ତେଲ

ବାଦାମ ତେଲର ବ୍ୟବହାର କେଶ ଓ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ବ୍ୟବହାର କରାଯାଏ । ଏହା ଖୁବ ହିତକାରକ । କେଶ ଓ ତ୍ୱଚା ଉଭୟ ପାଇଁ ଏହା ଏକ ଉତ୍ତମ ମଶ୍ଚରାଇଜର ଭଳି କାମ କରିଥାଏ । ବାଦାମ ତେଲର ବ୍ୟବହାର ତ୍ୱଚାରେ ଥିବା ବିଭିନ୍ନ ଦାଗ ଦୂର ପାଇଁ ମଧ୍ୟ କରାଯାଏ । ବାଦାମ ତେଲରେ ଭିଟାମିନ୍‍ ଇ ଭରପୁର ମାତ୍ରାରେ ରହିଛି । ଏହା ତ୍ୱଚା ପାଇଁ ଖୁବ୍‍ ଉପକାରୀ । ତ୍ୱଚାର ଚମକ ବୃଦ୍ଧି କରିଥାଏ । ଏହାସହ ବାଦାମ ତେଲ ଆଖିତଳର କଳାଦାଗ ଦୂର କରିବାରେ ଖୁବ୍‍ ପ୍ରଭାବଶାଳୀ । ତ୍ୱଚାରେ ବିଭିନ୍ନ କାରଣ ଯେପରି ଚିନ୍ତା, ବୟସ ଜନିତ ପ୍ରଭାବ, କୁଞ୍ଚନ, ଅନିଦ୍ରା ପାଇଁ ତ୍ୱଚା ସହ ଆଖିତଳ କଳାପଡିଥାଏ । ଏହି ସମସ୍ୟାକୁ ଦୂର ପାଇଁ ବାଦାମ ତେଲ ଖୁବ ଉପକାରୀ ।

ଏଭଳି କରନ୍ତୁ ବ୍ୟବହାର..
ରାତିରେ ଶୋଇବା ପୂର୍ବରୁ ତ୍ୱଚାକୁ ଭଲ ଭାବେ ସଫା କରି ୨ ରୁ ୩ ବୁନ୍ଦା ବାଦାଲ ତେଲ ନେଇ ଏହାକୁ ଆଖି ତଳେ ହାଲକା ଭାବେ ମାଲିସ କରନ୍ତୁ । ସକାଳେ ଉଠିବା ପରେ ମୁହଁ ଭଲ ଭାବେ ଧୋଇ ଦିଅନ୍ତୁ । ସପ୍ତାହକୁ ୩ ରୁ ୪ ଥର ଏପରି ନିଶ୍ଚୟ କରନ୍ତୁ ।
ବାଦାମ ତେଲ ଓ ମହୁ ..
ଏକ ବୁନ୍ଦା ମହୁ ଓ ୪ ବୁନ୍ଦା ବାଦାମ ତେଲ ମିଶାନ୍ତୁ । ଏହାକୁ ଆଖିତଳେ ରାତିରେ ଲଗାଇ ସକାଳେ ମୁହଁ ଧୋଇ ଦିଅନ୍ତୁ । ଏହା ଖୁବ ଉପକାରୀ ।
କ୍ଷୀରରେ ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ ରହିଛି । ଏହା ତ୍ୱଚାର ଚମକ ବୃଦ୍ଧି କରିବା ସହ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ । କ୍ଷୀର ଓ ବାଦାମ ତେଲର ମିଶ୍ରଣକୁ ଆଖି ତଳେ ଲଗାନ୍ତୁ । ଆଖିତଳ କଳାଦାଗ ସମ୍ପୂର୍ଣ୍ଣ ଭାବେ ଦୂର ହୋଇଯିବ ।
ଗୋଲାପ ଜଳ ତ୍ୱଚା ପାଇଁ ବେଶ ଉପକାରୀ । ଏହା ତ୍ୱଚାକୁ କୋମଳ କରିଥାଏ । ଗୋଲାପ ଜଳରେ ବାଦାମ ତେଲ ମିଶାଇ ଏହାକୁ ଆଖି ତଳେ ଲଗାନ୍ତୁ । ରାତିରେ ଶୋଇବା ପୂର୍ବରୁ ଏହାକୁ ଲଗାନ୍ତୁ । ସକାଳେ ମୁହଁ ଧୋଇ ଦିଅନ୍ତୁ ।

Related Articles

Leave a Reply

Your email address will not be published.

Back to top button