ଫେବୃୟାରୀରେ ୧.୪୯ ଲକ୍ଷ କୋଟି ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ : ଦେଶରେ ଫେବୃୟାରୀ ମାସରେ ୧ ଲକ୍ଷ ୪୯ ହଜାର କୋଟିରୁ ଅଧିକ ଟଙ୍କା ଜିଏସ୍‌ଟି ରାଜସ୍ୱ ସଂଗ୍ରହ ହୋଇଛି। ଗତ ଆର୍ଥିକ ବର୍ଷରେ ଏହି ସମୟ ମଧ୍ୟରେ ଆଦାୟ ହୋଇଥିବା ଜିଏସ୍‌ଟି ରାଜସ୍ୱ ପରିମାଣ ଠାରୁ ଏହା ୧୨ ପ୍ରତିଶତ ଅଧିକ ବୋଲି ଜଣାଯାଇଛି। ୨୦୨୨ ଫେବୃୟାରୀ ମାସରେ ଜିଏସ୍‌ଟି ରାଜସ୍ୱ ପରିମାଣ ୧ ଲକ୍ଷ ୩୩ ହଜାର କୋଟି ଟଙ୍କାରୁ ଅଧିକ ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀମାସିକ ଜିଏସ୍‌ଟି ଆଦାୟ ପରିମାଣ କ୍ରମାଗତ ୧୨ ମାସ ଧରି ୧ ଲକ୍ଷ ୪୦ ହଜାର କୋଟିରୁ ଅଧିକ ରହିଛି। ସର୍ବାଧିକ ଜିଏସ୍‌ଟି ରାଜସ୍ୱ ଆଦାୟ ପରିମାଣ ୨୨ ହଜାର ୩୪୯ କୋଟି ଟଙ୍କା ମହାରାଷ୍ଟ୍ରରୁ ସଂଗ୍ରହ କରାଯାଇଛି। ଏହାପରେ କର୍ଣ୍ଣାଟକରୁ ଜିଏସ୍‌ଟି ରାଜସ୍ୱ ଆଦାୟ ୧୦ ହଜାର କୋଟିରୁ ଅଧିକ ଥିବା ଜଣାପଡ଼ିଛି। ସେହିପରି ଦେଶରେ ଜିଏସ୍‌ଟି କାର୍ୟ୍ୟକାରୀ ହେବା ପରଠାରୁ ସେସ୍‌ ଆଦାୟ ପରିମାଣ ଗତ ମାସରେ ୧୧ ହଜାର ୯ ଶହ କୋଟିରୁ ଅଧିକ ଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୨ ଜୁନ୍‌ ମାସ ପାଇଁ କେନ୍ଦ୍ର ସରକାର ସମତୁଲ ଜିଏସ୍‌ଟି କ୍ଷତିପୂରଣ ବାବଦ ୧୬ ହଜାର ୯୮୨ କୋଟି ଟଙ୍କା ମଞ୍ଜୁର କରିଥିବା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

Related Articles

Leave a Reply

Your email address will not be published.

Back to top button