ଆସନ୍ତାକାଲିଠୁ ଯୁକ୍ତ ୨ପରୀକ୍ଷା

ଭୁବନେଶ୍ୱର : ଆସନ୍ତାକାଲିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ପରୀକ୍ଷା  । ଏଥିପାଇଁ ଆଜି ସନ୍ଧ୍ୟା ସୁଦ୍ଧା ୨୦୨ଟି ହବ୍ରେ ପ୍ରଶ୍ନପତ୍ର ସହ ଅନ୍ୟାନ୍ୟ ଜରୁରୀ କାଗଜପତ୍ର ପହଂଚିବ  ।  ମୋଟ ଉପରେ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବିଭାଗର ରେଗୁଲାର ଏବଂ ଏକ୍ସ ରେଗୁଲାରରେ ମୋଟ ୩ ଲକ୍ଷ ୫୭ ହଜାର ୯୪୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାର ଅଛି  । କିନ୍ତୁ  ଏସବୁ ଭିତରେ ଅଧ୍ୟାପକଙ୍କ ଆନ୍ଦୋଳନ ସରକାରଙ୍କୁ ଚିନ୍ତାରେ ପକାଇଦେଇଛି  । କାରଣ ଏବେ ବିଧାନସଭା ସମ୍ମୁଖରେ ଆନ୍‌ଦୋଳନରେ ବସିଛନ୍ତି ୬୬୨ ବର୍ଗ କଲେଜ ଅଧ୍ୟାପକମାନେ  । ପ୍ରାୟ ୫ ହଜାର ଶିକ୍ଷକ ଯୁକ୍ତ ଦୁଇ ପରୀକ୍ଷାରେ ଅସହଯୋଗ କରିବାକୁ ନିଷ୍ପତ୍ତି ନେଇଥିବାରୁ ରାଜ୍ୟ ସରକାର ଚିନ୍ତାରେ ପଡିଯାଇଛନ୍ତି  । ଏପରି ସ୍ଥତିରେ ବିକଳ୍ପ ପନ୍ଥା ଆପଣାଇବାକୁ ଚିନ୍ତା କରୁଛନ୍ତି ସରକାର  । ଅଧ୍ୟାପକଙ୍କ ବଦଳରେ ହାଇସ୍କୁଲର ଶିକ୍ଷକମାନଙ୍କୁ ଯୁକ୍ତ ଦୁଇ ପରୀକ୍ଷା ପରିଚାଳନାରେ ନିୟୋଜିତ କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର  ।

Related Articles

Leave a Reply

Your email address will not be published.

Back to top button