ଓଇଆରସିର ନୂଆ ଅଧ୍ୟକ୍ଷ ସୁରେଶ ମହାପାତ୍ର

ଭୁବନେଶ୍ୱର : ଫେବୃଆରୀ ୨୮ରେ ମୁଖ୍ୟଶାସନ ସଚିବ ପଦରୁ ଅବସର ନେଉଥିବା ୧୯୮୬ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର ସୁରେଶ ଚନ୍ଦ୍ର ମହାପାତ୍ର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଇଲେକ୍ଟ୍ରିସିଟି ପାୱାର -୨୦୦୩ ଧାରା ୩୬ ଆଧାରରେ ଓଡ଼ିଶା ସରକାର ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଆସୀନ କରାଇଛନ୍ତି ଓ ରବିବାର ଏନେଇ ରାଜ୍ୟ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ସୁରେଶ ଚନ୍ଦ୍ର ମହାପାତ୍ରଙ୍କର କାର୍ଯ୍ୟକାଳ ଛଅ ମାସ କରି ଦୁଇଥର ବୃଦ୍ଧି କରିଥିଲେ । ଅବସର ନେବା କ୍ଷଣି ସେ ଓଇଆରସିର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେ ପୂର୍ବରୁ ଓପିଜିସି, ଓଏଚପିସି, ଓଟିପିସିଏଲ୍ ଓ ଗ୍ରୀଡକୋରେ କାର୍ଯ୍ୟକରି ଅନେକ ଦକ୍ଷତା ଲାଭ କରିଥିବାରୁ ତାଙ୍କୁ ଓଇଆରସିରେ କାର୍ଯ୍ୟ କରିବା ସହଜ ହେବ ନାହିଁ ବୋଲି କୁହାଯାଉଛି ।

Related Articles

Leave a Reply

Your email address will not be published.

Back to top button