ପିଲାଙ୍କୁ ଦିଅନ୍ତୁ ନାହିଁ ପରୀକ୍ଷା ଷ୍ଟ୍ରେସ୍

ପରୀକ୍ଷା ପୂର୍ବରୁ ବେଳେବେଳେ ପିଲାମାନେ ଅତ୍ୟଧିକ ଚାପର ଶିକାର ହୋଇଯାନ୍ତି । ସେମାନଙ୍କ ଟେନସନ ଦୂର କରିବା ପାଇଁ ଅଭିଭାବକମାନେ କ’ଣ କରିବେ ଜାଣି ରଖନ୍ତୁ ।
– ଭଲ ରେଜଲ୍ଟ କରିବା ପାଇଁ କିଛି ଅଭିଭାବକ ପିଲାଙ୍କୁ ବାରମ୍ବାର ଚେତାଇ ସେମାନଙ୍କ ଉପରେ ଚାପ ପକାଇଥାନ୍ତି । କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ୍ । ବରଂ ପିଲାଙ୍କ ପ୍ରତି ଆପଣଙ୍କର ବିଶ୍ୱାସ ରହିଛି କହି ଉତ୍ସାହିତ କରନ୍ତୁ ।
– ଘର ପରିବେଶକୁ ସକାରାତ୍ମକ ରଖନ୍ତୁ । ପରୀକ୍ଷା ପାଇଁ ପିଲା ଯଦି ଚିନ୍ତାରେ ରହୁଥାଏ ତେବେ ତା ସହିତ ପାଠ ବ୍ୟତୀତ ଅନ୍ୟ ବିଷୟରେ ଚର୍ଚ୍ଚା କରନ୍ତୁ ।
– ପିଲଙ୍କୁ ପାଠ ପଢ଼ିବାକୁ ପରାମର୍ଶ ଦିଅନ୍ତୁ କିନ୍ତୁ ଗାଳି କରନ୍ତୁ ନାହିଁ ।
– ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ପିଲାଙ୍କୁ ଠିକ୍ ସମୟରେ ସୁଷମ ଖାଦ୍ୟ ଦିଅନ୍ତୁ ।
– ପିଲା ଯଦି ଲଗାତର ଘଣ୍ଟା ଘଣ୍ଟା ବସି ପଢ଼ୁଥାଏ ତେବେ ତାକୁ ମଝିରେ ମଝିରେ ବ୍ରେକ୍ ନେବା ପାଇଁ କୁହନ୍ତୁ । ଫଳରେ ମୁଡ଼୍ ଫ୍ରେଶ୍ ରହିବ ଏବଂ ପିଲାମାନେ ଷ୍ଟ୍ରେସ୍ ଫ୍ରି ରହିଥାନ୍ତି ।

Related Articles

Leave a Reply

Your email address will not be published.

Back to top button