ପରଲୋକରେ ଅଭିନେତ୍ରୀ ସୁବି ସୁରେଶ

ମାଲୟଲମ ହାସ୍ୟ ଅଭିନେତ୍ରୀ ତଥା ଲୋକପ୍ରିୟ ଟିଭି ହୋଷ୍ଟ ସୁଭି ସୁରେଶଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ୪୧ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନରୁ ଲିଭର ଜନିତ ରୋଗରେ ପୀଡ଼ିତ ରହି ଚିକିତ୍ସିତ ହେଉଥିଲେ । ଆଜି ସକାଳେ କୋଚି ସ୍ଥିତ ଏକ ଘରୋଇ ହସପିଟାଲରେ ତାଙ୍କର ନିଧନ ହୋଇଛି । ସୁବି ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଲୋକପ୍ରିୟ ଚର୍ଚ୍ଚିତ ଅଭିନେତ୍ରୀ ଥିଲେ । ସେ ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ହୃଦୟକୁ ଛୁଇଁଥିଲେ । ସୁବି ପ୍ରଥମେ ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ମିମିକ୍ରି କଳାକାର ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ । କମେଡ଼ି ଶୋ ସିନେମାଲାରୁ ପରିଚୟ ହାସଲ କରିଥିଲେ ସୁବି । ଟିଭି ଶୋ କରିବା ସମୟରେ ତାଙ୍କର ଅଭିନୟ ଅନେକଙ୍କ ହୃଦୟ ଜିତିଥିଲା । ତାଙ୍କ ପରଲୋକରେ ମାଲୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଖେଳିଯାଇଛି ଶୋକର ଛାୟା ।

Related Articles

Leave a Reply

Your email address will not be published.

Back to top button